(ସମ୍ବଲପୁର) : ଆସନ୍ତାକାଲି ନୂଆଖାଇ ପର୍ବ । ଏଥିପାଇଁ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ଛୁଟି ଘୋଷଣା ହୋଇଛି । ସମ୍ବଲପୁର, ବରଗଡ଼ ଜିଲ୍ଲାରେ ୨୧ ତାରିଖ ଛୁଟି ଘୋଷଣା ହୋଇଛି । ସେହିପରି ସୁନ୍ଦରଗଡ଼ ଉପଖଣ୍ଡରେ ମଧ୍ୟ ୨୧ ତାରିଖ ଛୁଟି ଘୋଷଣା ହୋଇଛି ।
ସୂଚନାନୁଯାୟୀ , ପୂର୍ବରୁ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ଝାରସୁଗୁଡ଼ା ଛୁଟି ଘୋଷଣା ହୋଇଛି । ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଚଳିତବର୍ଷ ସେପ୍ଟେମ୍ୱର ୨୦ ତାରିଖରେ ନୂଆଖାଇ ପାଇଁ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଦୁଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।