(ଭୁବନେଶ୍ୱର) : ୨୦୨୧ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ଉପରେ ପୂର୍ବରୁ ଲାଗିଥିବା ରୋକ ହଟିଲା । ୨୦୨୩ ଜୁଲାଇ ୨୧ରେ ହାଇକୋର୍ଟ ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ ।
ସୂଚନା ଅନୁସାରେ, ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ସତୀଶ କୁମାରଙ୍କୁ ୪୦ ପ୍ରତିଶତ ଭିନ୍ନକ୍ଷମ ବୋଲି ଦର୍ଶାଯାଇଥିଲା ହେଲେ ସେ ନିଜକୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଯାହା ପରେ କୋର୍ଟ ଏହି ରେଜଲ୍ଟ ଘୋଷଣା ଉପରେ କଟକଣା ଲଗାଇଥିଲେ । ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓଡ଼ିଶା ଲୋକସେବା ଆୟୋଗ । ଆୟୋଗଙ୍କ ଆବେଦନ ଶୁଣାଣି କରି ଜଷ୍ଟିସ ମହାପାତ୍ରଙ୍କ ଖଣ୍ତପୀଠ ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ।
