ଭାରତ

ସିକ୍କିମ ବନ୍ୟାରେ ସହିଦ ହେଲେ ଓଡ଼ିଆ ଯବାନ 

(ସିକ୍କିମ) : ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହେଲେ ଓଡ଼ିଆ ଯବାନ । ଉଦ୍ଧାରକାରୀ ଦଳର ଭିଡିଓ କଲରେ ସହିଦଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ । ସରୋଜ ସହିଦ ହୋଇ ଯାଇଥିବା ନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ସହିଦ ସରୋଜ କୁମାର ଦାସଙ୍କ ଅକାଳ ବିୟୋଗ ହୋଇଛି । ଚାରିଆଡ଼େ କାମ ବୋବାଳି । ରାମଚନ୍ଦ୍ର ଦାସଙ୍କ ସାନପୁଅ ହେଉଛନ୍ତି, ହାବିଳଦାର ସରୋଜ କୁମାର ଦାସ । ସରୋଜ ପରିବାରରେ ସବୁଠାରୁ ସାନ ଥିଲେ। ମାତ୍ର ୭ ମାସ ତଳେ ବିବାହ କରିଥିଲେ  । ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମକୁ ଡ୍ୟୁଟି ପାଇଁ ଯାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ ।

Related posts

ହୋଲି ପାଇଁ ସ୍ପେଶାଲ ଟ୍ରେନ

mahabharatanews

‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି ନ କରି ପିଓକେ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ: ସଞ୍ଜୟ ରାୱତ

mahabharatanews

ଗିରଫ ହେଲେ ସୁରକ୍ଷା ଉଲ୍ଲଂଘନ କରିଥିବା ପାଞ୍ଚ ଅଭିଯୁକ୍ତ

mahabharatanews