ଭାରତ

ସିକ୍କିମ ବନ୍ୟାରେ ସହିଦ ହେଲେ ଓଡ଼ିଆ ଯବାନ 

(ସିକ୍କିମ) : ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହେଲେ ଓଡ଼ିଆ ଯବାନ । ଉଦ୍ଧାରକାରୀ ଦଳର ଭିଡିଓ କଲରେ ସହିଦଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ । ସରୋଜ ସହିଦ ହୋଇ ଯାଇଥିବା ନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ସହିଦ ସରୋଜ କୁମାର ଦାସଙ୍କ ଅକାଳ ବିୟୋଗ ହୋଇଛି । ଚାରିଆଡ଼େ କାମ ବୋବାଳି । ରାମଚନ୍ଦ୍ର ଦାସଙ୍କ ସାନପୁଅ ହେଉଛନ୍ତି, ହାବିଳଦାର ସରୋଜ କୁମାର ଦାସ । ସରୋଜ ପରିବାରରେ ସବୁଠାରୁ ସାନ ଥିଲେ। ମାତ୍ର ୭ ମାସ ତଳେ ବିବାହ କରିଥିଲେ  । ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମକୁ ଡ୍ୟୁଟି ପାଇଁ ଯାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ ।

Related posts

ଋଥଯାତ୍ରା ଦେଖିବେ ରାଷ୍ଟ୍ରପତି, ୬ରେ ଆସିବେ ଓଡ଼ିଶା

mahabharatanews

ଏହି ଅଞ୍ଚଳରେ ଧାରା ୧୪୪ ବଳବତ୍ତର

mahabharatanews

‘ସ୍କୁପ୍‌’ର ରିଲିଜ୍‌ ବନ୍ଦ ପାଇଁ ଆବେଦନ କଲେ ଗ୍ୟାଙ୍ଗ୍‌ଷ୍ଟର୍‌ ଛୋଟା ରାଜନ୍‌

mahabharatanews