ଓଡିଶାବିଶ୍ୱଭାରତ

ସୁଦାନରେ ବିଦ୍ରୋହୀଙ୍କ କବଳରେ ଓଡ଼ିଆ ଶ୍ରମିକ ତିର୍ତ୍ତୋଲର ଆଦର୍ଶ ବେହେରା

ଭୁବନେଶ୍ୱର : ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ । ବର୍ତ୍ତମାନ ସୁଦାନରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ରୋହୀ ରାପିଡ୍ ସପୋର୍ଟ ଫୋର୍ସ ଦର୍ଫୁର ଅଲ-ଫାସିର ସହରକୁ ସମ୍ପୂର୍ଣ୍ଣ କବଜା କରିନେଇଛି । ଏହି ସମୟରେ ସେଠାରେ କାମ କରୁଥିବା ବିଭିନ୍ନ ଶ୍ରେଣୀର ଲୋକଙ୍କୁ ବିଦ୍ରୋହୀମାନେ ଅପହରଣ କରିନେଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡ଼ିଶାର ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁରୁ ଆଦର୍ଶ ବେହେରା (୩୬) ନାମକ ଜଣେ ଯୁବକ ରହିଛନ୍ତି । ଅପହରଣ କରି ବିଦ୍ରୋହୀ ମାନେ ତାଙ୍କ ଭିଡ଼ିଓ ଜାରି କରିଥିବା ପରିବାର ଲୋକେ କହିଛନ୍ତି । କିନ୍ତୁ ଏହା ପରେ ତାଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ପରିବାର କହିଛି ।

ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ

ଆଦର୍ଶ ୨୦୨୨ ଠାରୁ ସୁଦାନର ସୁକାରତି ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଅଲ ଫାଶିର ସହରରୁ ତାଙ୍କୁ ଅପହରଣ କରାଯାଇଛି। ଜାରି ହୋଇଥିବା ଭିଡିଓରେ ଦେଖା ଯାଉଛି ଦୁଇଜଣ ସୈନିକ ତାଙ୍କୁ ମଝିରେ ବସାଇ “ଶାହରୁଖ ଖାଁ ଙ୍କୁ ଜାଣିଛନ୍ତି କି ?” ବୋଲି ପଚାରୁଛନ୍ତି । ଅନ୍ୟ ଏକ ଭିଡିଓରେ ସେ ଓଡ଼ିଶା ସରକାରଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ସେହିପରି ତାଙ୍କ ପଛପଟେ ବସିଥିବା ଆଉ ଜଣେ ସୈନିକ ତାଙ୍କୁ କ୍ୟାମେରା ଆଗରେ କହିବାକୁ ଅନୁରୋଧ କରନ୍ତି, “ଡାଗାଲୋ ଭଲ।”‘ଡାଗାଲୋ’ ହେଉଛନ୍ତି RSFର କ୍ରୁର ନେତା ମହମ୍ମଦ ହମଦାନ ଡାଗାଲୋ ଓରଫ “ହେମେତି” ।

Odia Man Abducted in Sudan, OPCC President Bhakta Das Urges Centre to  Intervene - The News Insight

ଆଦର୍ଶଙ୍କୁ ଖାର୍ତୁମ୍ ଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ଥିବା ଅଲ୍ ଫାସିର ସହରରୁ ଅପହରଣ କରାଯାଇଥିଲା। ସେଠାରୁ ତାଙ୍କୁ ଦକ୍ଷିଣ-ପଶ୍ଚିମ ସୁଦାନ ଡାରଫୁରର ରାଜଧାନୀ ରେ ଥିବା RSF ଉଗ୍ରବାଦୀଙ୍କ ଇଲାକା ନିଆଲା ସହରକୁ ନିଆଯାଇଥିବା ନେଇ ଅନୁମାନ କରାଯାଉଛି । ଆଦର୍ଶ ବିବାହିତ ହୋଇଥିବାବେଳେ ତାଙ୍କର ଜଣେ ଛୋଟ ପିଲା ମଧ୍ୟ ଅଛନ୍ତି । ଆଦର୍ଶଙ୍କୁ ଫେରାଇ ଆଣିବାକୁ ସ୍ତ୍ରୀ ସୁସ୍ମିତା ଏବଂ ବାପା ମାଆ ଗୁହାରୀ କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ସୁଦାନରେ ଥିବା ଭାରତୀୟ ଦୂତାବାସକୁ ସୂଚିତ କରାଯାଇଥିବା ସୂଚନା ମିଳିଛି । ଏହା ସହିତ ଦିଲ୍ଲୀସ୍ଥିତ ସୁଦାନ ଦୂତାବାସରେ ଅବଗତ କରାଯାଇଛି ।

Related posts

ଭାଲୁ ସଙ୍ଗେ କଲେ ଭାବ, ଅବଶ୍ୟ ରାମ୍ପୁଡ଼ା ଖାଇବ

mahabharatanews

ମେ’ ପହିଲାରୁ ବଦଳିବ GST ନିୟମ

mahabharatanews

ବାହୁଡା ଯାତ୍ରା ପାଇଁ ଗଡ଼ିବା ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

mahabharatanews