ଓଡିଶା

ରାଜ୍ୟରେ ଆଚରଣ ସଂହିତା ଲାଗୁ

(ଭୁବନେଶ୍ୱର) : ବାଜିଲା ସର୍ବସାଧାରଣ ନିର୍ବାଚନ ବିଗୁଲ । ଏକକାଳୀନ ସାଧାରଣ ନିର୍ବାଚନ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ସଂହିତା ତୁରନ୍ତ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଆଦର୍ଶ ଆଚରଣ ସଂହିତାର ସମସ୍ତ ନିୟମ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପାଇଁ ଲାଗୁ ହେବ ।

ସୂଚନାନୁଯାୟୀ , ଆଦର୍ଶ ଆଚରଣ ସଂହିତାର ମାର୍ଗଦର୍ଶିକାଗୁଡ଼ିକର କଡ଼ାକଡ଼ି କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି । ଏହି ମାର୍ଗଦର୍ଶିକାର କୌଣସି ପ୍ରକାର ଉଲଂଘନକୁ କଠୋର ଭାବେ ନିୟନ୍ତ୍ରଣ କରାଯିବ । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ୨୧ ଜଣ ରିଟଣ୍ଡିଂ ଅଫିସର (ବିଧାନସଭା), ୧୩୧ ଜଣ ରିଟଣ୍ଡିଂ ଅଫିସର (ବିଧାନସଭା) ଏବଂ ୨୯୪ ଜଣ ସହକାରୀ ରିଟର୍ଣ୍ଣି ଅଧିକାରୀ (ବିଧାନସଭା)ଙ୍କୁ ନିଯୁକ୍ତ କରାଯାଇଛି ଏବଂ ତାଲିମ ଦିଆଯାଇଛି । ଏହା ବ୍ୟତୀତ ସାରା ରାଜ୍ୟରେ ମତଦାନ କେନ୍ଦ୍ରରେ ନିୟୋଜିତ ହେବା ପାଇଁ ପ୍ରାୟ ୨.୭୦ ଲକ୍ଷ ମତଦାନ କର୍ମଚାରୀ (୨୦% ରିଜର୍ଭ ସମେତ)ଙ୍କୁ ତାଲିମ ଦିଆଯାଉଛି । ପ୍ରତ୍ୟେକ ମତଦାନ କେନ୍ଦ୍ର ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ ଜଣ ପୋଲିଂ ଅଫିସରଙ୍କ ଦ୍ଵାରା ପରିଚାଳିତ ହେବ ।

Related posts

ବୋଟରୁ ତେଲ ଚୋରି କରି ୩ ଗିରଫ

mahabharatanews

୨୨ରୁ ଧାରଣାରେ ବସିବେ ବସ ମାଲିକ , ୧ରୁ ବସ୍‌ ଧର୍ମଘଟ

mahabharatanews

ମହିଳା ଆଇଆଇସିଙ୍କ ଠାରୁ ଚେନ ଲୁଟ ମାମଲାରେ ୨ଅଭିଯୁକ୍ତ ଗିରଫ

mahabharatanews