ଓଡିଶା

ଆଜି ରାୟଗଡା ଆସିବେନି ରାହୁଲ ଗାନ୍ଧୀ

(ଭୁବନେଶ୍ୱର) : ଆଜି ରାୟଗଡା ଆସୁନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲ ନାଁ ଘୋଷଣା କରିବା ପରେ ସେ ଆଜି ନାମାଙ୍କନ ଭରିବେ । ଏଥିପାଇଁ ତାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ । ରାହୁଲ ମଧ୍ୟାହ୍ନ ୧୨ଟାରେ ରାୟଗଡ଼ାରେ ପହଞ୍ଚିିବାର କାର୍ଯ୍ୟକ୍ରମ ଥିଲା ।

ସୂଚନାନୁଯାୟୀ ,  ରାୟଗଡ଼ା ଜିଆଇଏସିଆର କଲେଜ ନିକଟ ସଭାସ୍ଥଳକୁ ଯାଇ ନ୍ୟାୟ ରାଲିକୁ ସମ୍ବୋଧିତ କରିଥାନ୍ତେ । ହେଲେ ସେ ଆଜି ଆସିବେ ନାହିଁ । କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ଦୁଇଟି ଆସନରେ ନାମାଙ୍କନ ପାଇଁ ଶେଷ ଦିନ । ଏଭଳି ପରିସ୍ଥିତିରେ ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ ଗାନ୍ଧୀ ରାଏବରେଲି ଏବଂ ଆମେଠି ଲୋକ ସଭା ଆସନରୁ କେ.ଏଲ ଶର୍ମା ପ୍ରତିଦ୍ୱନ୍ଦ୍ୱିତା କରିବେ।

Related posts

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ସିଭିଅର ହିଟ୍‌ୱେଭ୍‌ ସମ୍ଭାବନା 

mahabharatanews

୩୦ ଘଣ୍ଟା ପରେ, ଡାକ୍ତର ନିଯୁକ୍ତି ପ୍ରତିଶ୍ରୁତି ପରେ ଧାରଣା ଭଙ୍ଗ

mahabharatanews

ଡାକ ବିଭାଗଙ୍କ ଦ୍ୱାରା ଡାକ ସପ୍ତାହ ପାଳନ

mahabharatanews