ଓଡିଶା

ଆଜି ରାୟଗଡା ଆସିବେନି ରାହୁଲ ଗାନ୍ଧୀ

(ଭୁବନେଶ୍ୱର) : ଆଜି ରାୟଗଡା ଆସୁନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲ ନାଁ ଘୋଷଣା କରିବା ପରେ ସେ ଆଜି ନାମାଙ୍କନ ଭରିବେ । ଏଥିପାଇଁ ତାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ । ରାହୁଲ ମଧ୍ୟାହ୍ନ ୧୨ଟାରେ ରାୟଗଡ଼ାରେ ପହଞ୍ଚିିବାର କାର୍ଯ୍ୟକ୍ରମ ଥିଲା ।

ସୂଚନାନୁଯାୟୀ ,  ରାୟଗଡ଼ା ଜିଆଇଏସିଆର କଲେଜ ନିକଟ ସଭାସ୍ଥଳକୁ ଯାଇ ନ୍ୟାୟ ରାଲିକୁ ସମ୍ବୋଧିତ କରିଥାନ୍ତେ । ହେଲେ ସେ ଆଜି ଆସିବେ ନାହିଁ । କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ଦୁଇଟି ଆସନରେ ନାମାଙ୍କନ ପାଇଁ ଶେଷ ଦିନ । ଏଭଳି ପରିସ୍ଥିତିରେ ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ ଗାନ୍ଧୀ ରାଏବରେଲି ଏବଂ ଆମେଠି ଲୋକ ସଭା ଆସନରୁ କେ.ଏଲ ଶର୍ମା ପ୍ରତିଦ୍ୱନ୍ଦ୍ୱିତା କରିବେ।

Related posts

୨୦୦୧ ବ୍ୟାଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

mahabharatanews

ପୋଲିସକୁ ମାଡ ମାରିବା ଘଟଣା: ଦୁଇଜଣଙ୍କୁ କୋର୍ଟ ଚାଲାଣ ବେଳେ ଡ୍ରଇଭରଙ୍କ ଉତ୍ତେଜନା

mahabharatanews

ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

mahabharatanews