ପାଣିପାଗ

ବଙ୍ଗୋପସାଗରରେ ଆସୁଛି ବାତ୍ୟା !

ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ମାଡ଼ ହୋଇପାରେ ଏହି ବାତ୍ୟା। ଏଭଳି ଆକଳନ କରିଛନ୍ତି ପାଣିପାଗ ପୂର୍ବାନୁମାନ କରୁଥିବା କିଛି ବିଦେଶୀ ସଂସ୍ଥା। ତେବେ ଭାରତୀୟ ପାଣିପାଗ ପକ୍ଷରୁ ବାତ୍ୟା ଆକଳନ କରାଯାଇନାହିଁ। ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଅକ୍ଟୋବର ୨୫ ତାରିଖ ପରେ ଏହାର ଚିତ୍ର ସ୍ପଷ୍ଟ ହେବ । ଏହାର ପ୍ରଭାବରେ ରାଜ୍ୟରେ ୨୬ ତାରିଖ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି ।

ତେବେ ବାତ୍ୟା ନେଇ ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ସୂଚନା ମିଳିଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ୟୁରୋପୀୟ ମଡେଲ ମାନଙ୍କୁ ଇଣ୍ଡିକେସନ ଭାବେ ନେଇ ଆମେ ପ୍ରସ୍ତୁତ ହେଉଛୁ । ଆଇଏମଡି ସହିତ ନିରନ୍ତର ଯୋଗାଯୋଗରେ ଅଛୁ । ଲଘୁଚାପ ହେବ ଏବଂ ପରେ ଅବପାତର ରୂପ ନେବ ଏବଂ ଆନ୍ଧ୍ର ପ୍ରଦେଶର ସମୁଦ୍ର ତଟ ଛୁଇଁବ କିନ୍ତୁ କେତେ କ୍ଷତିକର ହେବ ସେ ନେଇ ଆଇଏମ୍ଡି ପକ୍ଷରୁ ସଠିକ୍ ଆକଳନ ଏପର୍ଯ୍ୟନ୍ତ କରାଯାଇ ନାହିଁ । ତେବେ ଏନେଇ ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ସୂଚନା ମିଳିଯିବ । ଓଡ଼ିଶାବାସୀ ବିଚଳିତ ହୁଅନ୍ତୁ ନାହୁଁ, ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବିପର୍ଯ୍ୟୟ ପରିଟାଳନା ମନ୍ତ୍ରୀ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ୨୬ ତାରିଖ ଅପରାହ୍ନରୁ ୭୫ରୁ ୧୦୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗଞ୍ଜାମ, ପୁରୀ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିପାରେ ।

Related posts

ମୌସୁମୀ ପ୍ରଭାବରେ ଝଡ଼ ଏବଂ ପ୍ରବଳ ବର୍ଷା, ଆଇଏମଡି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି

mahabharatanews

ଓଡ଼ିଶାକୁ ନାହିଁ ବାତ୍ୟାର ଭୟ

mahabharatanews

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ରୁ ପ୍ରବଳ କାଚିବ

mahabharatanews