ଓଡିଶା

ସେପ୍ଟେମ୍ବର ୨୮  ସରକାରୀ ଛୁଟି

(ଭୁବନେଶ୍ୱର) : ସେପ୍ଟେମ୍ବର ୨୮  ସରକାରୀ ଛୁଟି । ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୯ ତାରିଖ ଶୁକ୍ରବାର ବଦଳରେ ୨୮ ତାରିଖ ଗୁରୁବାର ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ତେଣୁ ଗୁରୁବାର ଦିନ ରାଜ୍ୟର ସରକାରୀ ଅଫିସ, ରାଜସ୍ୱ ଓ ଅଦାଲତୀ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ । ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାନୁଯାୟୀ , ଆଗକୁ ଗାନ୍ଧୀ ଜୟନ୍ତୀ ରହିଛି l ରବିବାର ଆଉ ସୋମବାର ଛୁଟି ଥିବାରୁ ରାଜଧାନୀବାସୀ ବୁଲାବୁଲିର ପ୍ଲାନ କରିପାରିବେ । ୯ ତାରିଖ ଶୁକ୍ରବାର ବଦଳରେ ୨୮  ତାରିଖ ଗୁରୁବାର ପାଇଁ ଏହି ଛୁଟି ଘୋଷଣା କରାଯାଇଛି ।

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟିପ୍ପର ଡ୍ରାଇଭର ମୃତ

mahabharatanews

ବ୍ରାଉନ ସୁଗାର ଜବତ କଲା ସୋର ପୁଲିସ

mahabharatanews

ବୌଦ୍ଧ କଚେରୀ ପଡିଆରେ ଚାଲିଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା

mahabharatanews