ଭାରତ

ମାଟି ଅତଡା ଖସି ରେଳ ଚଳାଚଳ ବାଧାପ୍ରାପ୍ତ

ମାଟି ଅତଡା ଖସି ରେଳ ଚଳାଚଳ ବାଧାପ୍ରାପ୍ତ । ୩ ଦିନ ହେବ ଠିକ୍ ଭାବରେ ଯା-ଆସ କରିପାରୁନି ଟ୍ରେନ । କୋତାବାଲସା ଠାରୁ କିରଣ୍ଡୁଲ ମଧ୍ୟରେ ୮ଟି ଯାତ୍ରୀବାହୀ ଟ୍ରେନ୍ ସହ ଅନେକ ମାଲଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି ।

ସୂଚନାନୁଯାୟୀ , ଆହୁରି ଦୁଇ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି । ରେଳ ଚଳାଚଳ ବାଧାପ୍ରାପ୍ତ କାରଣରୁ ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମାଲଗାଡି ଚଳାଚଳ ବନ୍ଦ ଥିବାରୁ ରେଳ ବିଭାଗ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି । ହୀରାଖଣ୍ଡ ସମେତ ଆଉ କିଛି ଟ୍ରେନ ଜୟପୁର ନଆସି କୋରାପୁଟରୁ ଫେରିଯାଉଛି ।  କୋରାପୁଟ ମାବାରରରୁ ଜରଟି ଷ୍ଟେସନ ମଧ୍ୟରେ ଥିବା ପାହାଡ଼ରୁ ରବିବାର ସକାଳେ ହଠାତ୍‌ ମାଟି ଅତଡ଼ା ଏବଂ ପଥର ଖସିଥିଲା । ଯାହାଫଳରେ ଟ୍ରେନ୍‌ ଚଳାଚଳା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

Related posts

 ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା :  ସୁରକ୍ଷା ବଳୟ  ଭିତରେ ଅଯୋଧ୍ୟା

mahabharatanews

ଓଡିଶା ଆସିବେ ଆସିଆନର ଏକ ପ୍ରତିନିଧି ଦଳ

mahabharatanews

ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟପାଳ ତାମିଲସାଇ 

mahabharatanews