ଓଡିଶା

ନନ୍ଦନକାନନକୁ ଆସିଲେ ଗିବନ୍ ଓ ଲିଓପାର୍ଡ କ୍ୟାଟ୍

(ଭୁବନେଶ୍ୱର) :  ନନ୍ଦନକାନନ ଆସିଲେ ନୂଆ ଅତିଥି। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ଏହି ଦୁଇ ପ୍ରାଣୀ। ବାଘ ଦେଇ ଗିବନ୍ ଓ ଲିଓପାର୍ଡ କ୍ୟାଟ୍ ଆଣିଛି ନନ୍ଦନକାନନ ପ୍ରଣୀ ଉଦ୍ୟାନ। ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି।

ସୂଚନାନୁଯାୟୀ , ଅନୁମତି ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସିଥିଲେ। ସେମାନେ ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀରକୁ ନେଇ ଯାଇଥିଲେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଥିଲେ।

Related posts

ଅଦିନିଆ ଥଣ୍ଡା; ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

mahabharatanews

ପାଟଣା ଜାଗର ମହୋତ୍ସବରେ କେନ୍ଦୁଝରର ବିସ୍ମୟ ବାଳିକା

mahabharatanews

ବଡ଼ଚଣା: ଗାନ୍ଧୀ ସ୍ମୃତି ପୀଠ ଉଦଘାଟିତ

mahabharatanews