ଓଡିଶା

 ମାଞ୍ଜା ସୂତା ବ୍ୟବହାର କରିବା ଆଇନତଃ ଦଣ୍ଡନୀୟ

(ଭୁବନେଶ୍ୱର) : ଆଜି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ସାଧରଣତଃ ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଆଉ ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ପରାମର୍ଶ ଦେଇଛି । ମାଞ୍ଜା ସୂତା ବ୍ୟବହାର ନକରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାନୁଯାୟୀ , ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ବିପଦଜନକ ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର ଉପରେ ଲାଗିବ ରୋକ୍ । ଗୁଡ଼ି ଉଡ଼ାଇବା ବେଳେ ନିୟମ ଅବମାନନା କଲେ ହେବ କାର୍ଯ୍ୟନୁଷ୍ଠାନ ।

Related posts

ଆଜକୁ ଷଷ୍ଠ ଦିନରେ କଳିଙ୍ଗ ବାଲିଯାତ୍ରା

mahabharatanews

ପୁରୀ ଜିଲ୍ଲାରେ ମୋଟ ୪୭ଟି କରୋନା ସନ୍ଧିଗ୍ଧ ମଧ୍ୟରୁ ୩୮ଟି ନମୁନା ନେଗେଟିଭ

mahabharatanews

ଧାମ ମଣ୍ଡି ଉଦଘାଟିତ

mahabharatanews