ଓଡିଶା

କଳାହାଣ୍ଡିବାସୀଙ୍କୁ ୧୨୦୦କୋଟି ଟଙ୍କାର ଭେଟି

(ଭୁବନେଶ୍ୱର) : ପ୍ରତିଷ୍ଠା ଦିବସରେ ବିକାଶର ନୂଆ ସୂର୍ଯ୍ୟୋଦୟ ଦେଖିବ କଳାହାଣ୍ଡି ଜିଲ୍ଲା । କଳାହାଣ୍ଡିବାସୀଙ୍କୁ ୧୨୦୦କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଗସ୍ତରେ ଯାଇ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ୍ କଲେଜ ଉଦଘାଟନ ସହ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚାନନୁଯାୟୀ , ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ୧୧.୩୦ମିନିଟରେ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ । ମେଡିକାଲ କଲେଜର ଅଡିଟୋରିଅମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟନ କରିବା ପରେ ଦୁଇ ଜଣ ଡାକ୍ତରୀ ଛାତ୍ରଙ୍କ ସହ ଆଲୋଚନା କରିବେ । ସେଠାରୁ ମୁଖ୍ୟମନ୍ତ୍ରୀ ଏକ ରୋଡ୍‌ ସୋ’ରେ କଳାହାଣ୍ଡି ୟୁନିଭରସିଟି ଗ୍ରାଉଣ୍ଡକୁ ଯିବେ । ୧୨ ଟି ନୂଆ ପ୍ରକଳ୍ପକୁ ଅନୁମୋଦନ, ମିଳିବ ୪,୭୧୫ ନିଯୁକ୍ତି ମେଡିକାଲ କଲେଜ ପରିସରରେ ଉଦଘାଟନୀ ସଭା ସମାପ୍ତ ପରେ 11.55 ମିନିଟରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ ପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିବେ ।

Related posts

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ

mahabharatanews

ହୀରାକୁଦରେ ବଢ଼ୁଛି ଜଳସ୍ତର, ୧୪ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

mahabharatanews

ଧାମନଗର ବିକାଶ ମଙ୍ଗ ଧରିଲେ ନବୀନ

mahabharatanews