ଓଡିଶା

ଥଣ୍ଡାରେ ଥରୁଛି ଓଡ଼ିଶା

(ଭୁବନେଶ୍ୱର) : ଥଣ୍ଡାରେ ଥରୁଛି ଓଡ଼ିଶା। ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ତଳକୁ ଖସି ଆସିଛି। ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହିଛି। ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ୫ ଡିଗ୍ରି ରେକର୍ଡ ‌ହୋଇଛି ।  ‌୨୩ ଓ ୨୪ ତାରିଖରେ ତାପମାତ୍ରାରେ ସାମାନ୍ୟ ଏପାଖ ସେପାଖ ହୋଇପାରେ।

ସୂଚନାନୁଯାୟୀ, ଯେତେବେଳେ କି ଫୁଲବାଣୀରେ ୭ ଡିଗ୍ରି, ସୁନ୍ଦରଗଡ଼ ଜିଲ୍ଲାର କି‌ରେଇରେ ୭.୫, ଅନୁଗୁଳ ଓ କୋରାପୁଟରେ ୮, ସେମିଳିଗୁଡ଼ାରେ ୮.୪, ଦାରିଙ୍ଗବାଡ଼ିରେ ୮.୫, କେନ୍ଦୁଝର ଓ ରାଉରକେଲାରେ ୮.୬, ସୁନ୍ଦରଗଡ଼ରେ ୮.୮, ଭବାନୀପାଟଣାରେ ୮.୯, ଭଦ୍ରକର ରାଣୀତାଲରେ ୯, ଝାରସୁଗୁଡ଼ାରେ ୯.୨ ଓ ସୋନପୁର ସହରରେ ୧୦ ଡିଗ୍ରି ରହିଥିଲା। ଆସନ୍ତା ଗୁରୁବାର ଓ ଶୁକ୍ରବାର ରାତିରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ହେତୁ ଶୀତ କମିବ।

Related posts

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୮୦ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ଓଡିଶା ଗ୍ରାମୀଣ ବ୍ୟାଙ୍କ ଭେଲୋରା ଶାଖା ତରଫରୁ ମେଗା ଋଣ ବିତରଣ ଶିବିର ଅନୁଷ୍ଠିତ

mahabharatanews

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା

mahabharatanews