(ବାଲେଶ୍ଵର) : ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ଏ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ମନରୁ ଲିଭିନି । ତେବେ ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର । ୨୮ ମୃତଦେହର ସଂସ୍କାର ନେଇ ବିଏମ୍ସି ମେୟରଙ୍କ ସୂଚନା ଦେଇଛନ୍ତି । CBI ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର ହେବ । ଭରତପୁର ଓ ସତ୍ୟନଗର ଶ୍ମଶାନରେ ମୃତଦେହ ସଂସ୍କାର ହେବ ।
ସୂଚନାନୁଯାୟୀ , ବିଏମସି ପକ୍ଷରୁ ଶବବୁହା ଗାଡ଼ି ଯୋଗାଇ ଦିଆଯିବ । ମୃତଦେହ ହସ୍ତାନ୍ତର ଠାରୁ ସଂସ୍କାର ଯାଏଁ ହେବ ଭିଡିଓଗ୍ରାଫି କରାଯିବ । ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ CBIର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । BMC ଏନେଇ SOP ଜାରି କରିଛି । ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି । ବାହାନଗା ଟ୍ରେନ ଦୁର୍ଘଟଣାରେ ମୋଟ୍ ୨୯୫ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ ୧୬୨ ଜଣଙ୍କର ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ସେଥିରୁ ଏପର୍ଯ୍ୟନ୍ତ ୧୩୪ ଜଣଙ୍କର ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଛି । ପ୍ରଥମ ପର୍ଯ୍ୟାୟରେ ୮୧ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା । ପରେ ୫୩ ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ୨୮ଟି ମୃତହେଦ ଏମ୍ସରେ ରଖାଯାଇଛି ।
