ଓଡିଶା

୨ଦିନ ପରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

(ଭୁବନେଶ୍ୱର) :  ୨୬ ତାରିଖ ସୁଦ୍ଧା ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଆଣ୍ତାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରିହିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୨୭ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ , ଆସନ୍ତା ୨ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ଖରା ଟାଣ ହେବ। ୨୪ ତାରିଖରୁ ରାଜ୍ୟରେ ପୁଣି ମେଘୁଆ ପାଗ ଦେଖାଯିବ। ଆସନ୍ତା ୪ରୁ ୫ ଦିନ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। ଥଣ୍ଡା ଏହିଭଳି ରହିବ। ଜଳୀୟବାଷ୍ପ ପୂର୍ଣ୍ଣ ପର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିଛି । ସେହିପରି ରାତ୍ରୀ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

Related posts

 କାର୍ତ୍ତିକ ବ୍ରତ ପ୍ରସ୍ତୁତି ; ହବିଷ୍ୟାଳିଙ୍କ ପାଇଁ ପଞ୍ଜିକରଣ ଆରମ୍ଭ

mahabharatanews

ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

mahabharatanews

ଯୋଗ ଶିବିର ସହ ୩୧ଟି ଯଜ୍ଞ କୁଣ୍ଡୟ ବିଶ୍ବ ଶାନ୍ତି ମହାଯଜ୍ଞ ଓ ବୈଦିକ ପ୍ରବଚନ

mahabharatanews