ଓଡିଶା

ରାଜ୍ୟକୁ ପୁଣି ବାତ୍ୟା ଭୟ

(ଭୁବନେଶ୍ୱର) : ରାଜ୍ୟକୁ ପୁଣି ବାତ୍ୟା ଭୟ । ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୨୯ ତାରିଖ ବେଳକୁ ଏହା ଅବପାତର ରୂପ ନେବ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବା ନେଇ ଆକଳନ କରାଯାଉଛି ।  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ହେବ ପରିଣତ ।

ସୂଚାନନୁଯାୟୀ , ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସୃଷ୍ଟି ହେବ । ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ବାତ୍ୟା ସୃଷ୍ଟି ହେଲେ ଏହାର ନାମ ‘ମିଚାଉଙ୍ଗ ‘ ରଖାଯିବ । ମ୍ୟାନମାର ଏହାର ନାମକରଣ କରିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କେମିତି ରହିବ ବର୍ତ୍ତମାନ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି ।

Related posts

ତଇଥାନ ହେବେ ୪ହଜାର ପ୍ରବାସି ଓଡିଆ

mahabharatanews

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ 

mahabharatanews

ବରିଷ୍ଠ ନାଗରିକଙ୍କ ଚାଲିଛି ତଥ୍ୟ ସଂଗ୍ରହ

mahabharatanews

Leave a Comment