ଓଡିଶା

୫ଟି ସଚିବଙ୍କୁ ଭେଟି ନିଜ ଦୁଃଖ ଜଣାଇଲେ ବୃଦ୍ଧ ଦମ୍ପତ୍ତି

୫ଟି ସଚିବଙ୍କୁ ଭେଟି ନିଜ ଦୁଃଖ ଜଣାଇଲେ ବୃଦ୍ଧ ଦମ୍ପତ୍ତି । ୫ଟି ସଚିବ ଭିକେ ପାଣ୍ଡିଆନ ପୁରି ଗସ୍ତରେ ଥିବା ବେଳେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ତେବେ ଏହି ଦମ୍ପତ୍ତି ୫ଟି ସଚିବଙ୍କୁ ଭେଟି ଏକ ଚିଠି ଦେଇଥିଲେ । ସବୁଠୁ ବଡ କଥା ହେଲା ୫ଟି ସଚିବ ଭିକେ ପାଣ୍ଡିଆନ ତାଙ୍କୁ ସ୍ନେହ ଭରା କଣ୍ଠରେ ପାଖକୁ ଡାକି ତାଙ୍କ ହାତ ଲେଖା ଚିଠିଟିକୁ ଗ୍ରହଣ କରିଥିଲେ । ଚିଠିଟିକୁ ନେଇ ପଢି ଜିଲ୍ଲାପାଳଙ୍କ ହାତକୁ ବଢାଇ ଦେଇଥିଲେ ସଚିବ । ଯାହାକୁ ଦେଖି ଜିଲ୍ଲାପାଳ ପଦକ୍ଷପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛ । ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଭିକେ ପାଣ୍ଡିଆନଙ୍କ ଏଭଳି ବ୍ୟବହାରକୁ ଦେଖି ବହୁତ କୁସି ହୋଇଥିଲେ ।
ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ପୁରୀ ଜିଲ୍ଲା ବାଟଗାଁ ଅଞ୍ଚଳର ବାସିନ୍ଦା। ସେମାନଙ୍କ କହିବା କଥା ହେଉଛି ୨୦୧୯ ମସିହା ଫନି ମହାବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ହେଲେ ଆଜି ଯାଏ ଘରଟିଏ ନକରିପାରିଥିବାରୁ ଆବାସ ଗୃହଟିଏ ପାଇଁ ୫ଗ୍ଧ ସଚିବଙ୍କ ପାଖକୁ ଆସିଥିଲେ। ଶ୍ରୀମନ୍ଦିର ପାଖରେ ସଚିବ ଆସିବା କ୍ଷଣି ତାଙ୍କୁ ଗୁହାରୀ ଜଣାଇଥିଲେ।

 

 

Related posts

ନିଆଁ ରେ ୪ ବଖରା ଜଳିଗଲା

mahabharatanews

ଟଙ୍କା ମାଗିବାରୁ ସ୍ତ୍ରୀକୁ ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣ

mahabharatanews

ଓଏସଏସସି ଅଫିସ ସମ୍ମୁଖରେ ଚାକିରି ଆଶାୟୀଙ୍କ ବିକ୍ଷୋଭ

mahabharatanews