(ଭୁବନେଶ୍ୱର) : ଶରତ ଋତୁରେ ବି ପ୍ରବଳ ଖରା । ତେବେ ଏହାର ପ୍ରମୁଖ କାରଣ ସାଜିଛି ଜଳବାୟୁ ପରିବର୍ତ୍ତନ । ରାଜ୍ୟରୁ ମୌସୁମୀ ଫେରିଯାଇଥିବା ବେଳେ ଏଯାବତ୍ ଶୀତ ପରିବର୍ତ୍ତେ ବର୍ଦ୍ଧିତ ତାପମାତ୍ରା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରକ ପାଲଟିଛି । ସେପଟେ ଆସନ୍ତା ୧୭ ପରେ ଶୀତ ଅନୁଭବ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ସୂଚନାନୁଯାୟୀ , ବାୟୁ ମଣ୍ଡଳରେ ବହୁଳ ମାତ୍ରାରେ ଜଳୀୟ ବାଷ୍ପ ଥିବା ଯୋଗୁଁ ଗରମ ଗୁଳୁଗୁଳି ଅନୁଭୁତ ହେଉଛି । ବାୟୁମଣ୍ଡଳର ତଳ ଭାଗରେ ଜଳୀୟ ବାଷ୍ପର ପ୍ରଭାବ ତଥା ମେଘମୁକ୍ତ ଆକାଶ ତାପମାତ୍ରା ବଢ଼ାଉଛି । ତେବେ ୧୭ ପରେ ଶୀତର ସମ୍ଭାବନା ରହିଛି ।
