ଓଡିଶା

ବାଣ ବିସ୍ଫୋରଣ ଘଟଣା; ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ

(ପୁରୀ): ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ଏହି ଘଟଣାରୋ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ ଏକ୍ସ ହ୍ୟାଣ୍ଡେଲରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପୁରୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣି ମୁଁ ଖୁବ୍ ଦୁଃଖିତ । ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ସୂଚନାନୁଯାୟୀ , ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Related posts

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

mahabharatanews

କରୋନା ଉଜାଡି ଦେଇଛି ବାରିକ ସମାଜର ଜୀବିକା

mahabharatanews

ମାର୍ଚ୍ଚ ୧୦ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ (ଏସଏ)-୨ ପରୀକ୍ଷା ଆରମ୍ଭ ହେବ।

mahabharatanews