ଓଡିଶା

୧୧ରେ ତୃତୀୟ ଛେନାପୋଡ଼ ଦିବସ

(ଭୁବନେଶ୍ବର) : ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଓ ନୟାଗଡ଼ ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍‌ ୧୧ ତାରିଖ ସକାଳ ୧୦ଟାରେ ଭୁବନେଶ୍ବର ଜୟଦେବ ଭବନଠାରେ ୩ୟ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହେଉଛି। ଏ ନେଇ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ଏ ଉତ୍ସବର ଉଦ୍ଦେଶ୍ୟ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ଏହି ଉତ୍ସବରେ ଛେନାପୋଡ଼ ସଙ୍ଗୀତର ଏକ ଚିତ୍ରରୂପ ଲୋକାର୍ପଣ କରାଯିବ।। ଉତ୍ସବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ପେଟପୂଜା ସାଙ୍ଗକୁ ପାଲା, ଦାସକାଠିଆ, ବାଘଶବର ନାଚ, ଧୁଡ଼ୁକି, ଦଣ୍ଡନାଚ, ରାମଲୀଳା, ଢଣକୋଇଲା, ଦୁଆରି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯିବ। ସେହିପରି ନୟାଗଡ଼ରୁ ଆନୀତ ସ୍ବତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉତ୍ସବରେ ପ୍ରଦର୍ଶିତ କରାଯିବ। ପୂର୍ବ ବର୍ଷମାନଙ୍କ ପରି ଏଥର ମଧ୍ୟ ଜିଲ୍ଲାର ଜଣେ ଶ୍ରେଷ୍ଠ ଛେନାପୋଡ଼ କାରିଗରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ।

Related posts

 ଚିଲିକାରେ ପକ୍ଷୀ ଗଣନା ଆରମ୍ଭ 

mahabharatanews

ବୁଲା ଜୀବଙ୍କୁ ଖାଦ୍ୟ ଯୋଗାଇଦେବେ ରାଜ୍ୟ ସରକାର

mahabharatanews

କଣିହାଁ ଏନଟିପିସି ପକ୍ଷରୁ ଗାଁରେ ସାବୁନ ବଣ୍ଟନ କାର୍ଯ୍ୟକ୍ରମ

mahabharatanews