(ମୁମ୍ବାଇ) : ବଲିଉଡ ଖେଳାଡି କୁମାର ଖୁବ ଶୀଘ୍ର ଆଗାମୀ ଫିଲ୍ମ ‘OMG 2’ରେ ନଜକ ଆସିବେ । ଯେଉଁଥିରେ ତାଙ୍କୁ ମହାଦେବଙ୍କ ଭୂମିକାରେ ଦେଖିବା ପାଇଁ ମିଳିବ । କିଛି ସମୟ ପୂର୍ବରୁ ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି । ଟିଜରରେ ଅଭିନେତାଙ୍କ ଏହି ଅବତାରକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।
ସୂଚନାନୁଯାୟୀ , ଧର୍ମକୁ ନେଇ ବିବାଦୀୟ ବୟାନ ଅକ୍ଷୟ କୁମାର ଏକ ପୁରୁଣା ସାକ୍ଷାତକାରରେ କହିଥିଲେ ‘ମୁଁ କୌଣସି ଧର୍ମକୁ ବିଶ୍ୱାସ କରେ ନାହିଁ । ମୁଁ କେବଳ ଜଣେ ଭାରତୀୟ, ମୋର ଚଳଚ୍ଚିତ୍ର ମଧ୍ୟ ସମାନ କଥା ଦେଖିବା ପାଇଁ ମିଳିଥାଏ । ଜଣେ ଭାରତୀୟ ହେବାର ଭାବନା ପାର୍ସୀ,ହିନ୍ଦୁ କିମ୍ବା ମୁସଲମାନ ମଧ୍ୟରେ ଫରକ ଦେଖା ନାହିଁ । ବର୍ତ୍ତମାନ ଏହି ଫିଲ୍ମର ପାର୍ଟ-2ରେ ଅଭିନେତାଙ୍କୁ ମହାଦେବଙ୍କ ଭୂମିକାରେ ଦେଖିବା ପାଇଁ ମିଳିବ । ଅକ୍ଷୟ କୁମାରଙ୍କ ବ୍ୟତୀତ ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୧୧ ଅଗଷ୍ଟ 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।