bharat

ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ଅଭିଯୋଗ

ଆମେଠି : ଭିନ୍ନ କାରଣ ପାଇଁ ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି । ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ବିସିସିଆଇ ଅଧିକାରୀଙ୍କ ନିକଟରେ କନଫ୍ଲିକ୍ଟ ଅଫ ଇଣ୍ଟ୍ରେଷ୍ଟ ଅଭିଯୋଗ କରାଯାଇଛି। ବିସିସିଆଇର ନିୟମ ୩୯ ଅନୁଯାୟୀ ବୋର୍ଡର ଏଥିକ୍ସ କମିଟି ପାଖରେ ଏହି ଅଭିଯୋଗ ଦାଖଲ କରାଯାଇଛି।

ଉତ୍ତରପ୍ରଦେଶର ଆମେଠି ଜିଲ୍ଲାର ବାସିନ୍ଦା ରାଜେଶ କୁମାର ମୌର୍ଯ୍ୟ ଧୋନିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ୧୫ କୋଟି ଟଙ୍କାର ଠକେଇ ହୋଇଥିବା ସେ କହିଛନ୍ତି , ଯାହା ଦ୍ୱାରା ରାଞ୍ଚିର ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦାଖଲ କରିଥିଲେ ଏମଏସ ଧୋନି । ଏହାକୁ ଦୃଷ୍ଟିରେ ରଖି ବିସିସିଆଇର ଇଥିକ୍ସ କମିଟି ୩୦ ଅଗଷ୍ଟ ସୁଦ୍ଧା ଧୋନିଙ୍କଠାରୁ ଉତ୍ତର ମାଗିଛନ୍ତି। ଏହା ବ୍ୟତୀତ ରାଜେଶ କୁମାର ମୌର୍ୟ୍ୟଙ୍କୁ ୧୬ ସେପ୍ଟେମ୍ବର ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି।

ରାଞ୍ଚି ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏମଏସ ଧୋନି ଏକ ଠକେଇ ମାମଲା ଦାୟର କରିଥିଲେ। ଏଥିରେ ମିହିର ଦିୱାକରଙ୍କ ବ୍ୟତୀତ ଧୋନିଙ୍କ ସହ ବ୍ୟବସାୟ କରୁଥିବା ସୋମ୍ୟା ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। କୁହାଯାଇଥିଲା ଯେ ଭାରତୀୟ କ୍ରିକେଟରଙ୍କ ଠାରୁ ୧୫ କୋଟି ଟଙ୍କା ଠକେଇ କରାଯାଇଛି।

Related posts

‘ଗୁଡ୍ ମର୍ଣ୍ଣିଂ’ ବଦଳରେ ପିଲା କହିବେ ‘ଜୟ ହିନ୍ଦ’,ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି

mahabharatanews

୫ କିଲୋ ଆଳୁ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ

mahabharatanews

ସବୁଠାରୁ ଲୋକପ୍ରିୟ ବିଶ୍ୱସ୍ତରୀୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଶୀର୍ଷରେ

mahabharatanews