ଓଡିଶା

ବଜ୍ରପାତରେ ୨ ମୃତ, ଜଣେ ଗୁରୁତର

ସୋର : ବଜ୍ରପାତରେ ଚାଲିଗଲା ୨ ଜୀବନ । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ବର ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ବାଲେଶ୍ବର ଜିଲ୍ଲା ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁର ବସନ୍ତ ଦାସ, ନରେନ୍ଦ୍ର ବିଶ୍ୱାଳ ଓ ସୁରେନ୍ଦ୍ର ସାହୁ ନିକଟସ୍ଥ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବସନ୍ତ ଓ ନରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଆହତ ସୁରେନ୍ଦ୍ର ଚିକିତ୍ସଧୀନ ଅଛନ୍ତି।

ସେହିପରି ବଜ୍ରପାତରେ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଦିଗି ଗାଁରେ ଭରତ ଜେନାଙ୍କ ଗୁହାଳ ଘର ପୋଡ଼ି ୪ଟି ଛେଳି ଅର୍ଦ୍ଧଦଗ୍ଧ ହୋଇଥିବାବେଳେ ଗୋଟିଏ ଛେଳିର ମୃତ୍ୟୁ ଘଟିଛି।

Related posts

ଗଜଦନ୍ତ ପଲଙ୍କ ଛାଡି କମ୍ବଳ ଓ ବେଡସିଟରେ ଶୋଇଲେ ପାଠକ ବାପ ପୁଅ

mahabharatanews

ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

mahabharatanews

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ୬ଷ୍ଠ ସ୍ଥାନ ହାସଲ କଲା ହିଞ୍ଜିଳିକାଟୁର ଚଳଚ୍ଚିତ୍ର

mahabharatanews