(ଦିଲ୍ଲୀ) : ୪ ଜଣଙ୍କୁ ମରଣୋତ୍ତର ଭାବେ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ସମ୍ମାନ ପ୍ରଦାନ କରାଗଲା । ଚୌଧୁରୀ ଚରଣ ସିଂ, କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ପିଭି ନରସିଂହ ରାଓଙ୍କୁ ଭାରତରତ୍ନରେ ସମ୍ମାନୀତ କରାଯାଇଛି । ସେହିପରି ଆସନ୍ତାକାଲି ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ସେ ଅସୁସ୍ଥ ଥିବାରୁ ଆଜି ସମାରୋହରେ ଯୋଗ ଦେଇ ପାରିନଥିବା ନେଇ ସୂଚନା ରହିଛି ।
ସୂଚନାନୁଯାୟୀ , ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିକ କରାଯିବା ନେଇ ସୂଚନା ରହିଛି । ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଚୌଧୁରୀ ଚରଣ ସିଂଙ୍କୁ କୃଷକଙ୍କ କଲ୍ୟାଣ ପ୍ରତି ଅଦମ୍ୟ ଉତ୍ସର୍ଗୀକୃତ ହୋଇଥିବାରୁ ଭାରତ ରତ୍ନ ପ୍ରଦାନ କରାଯାଇଛି । ସେହିପରି ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଜନେତା ଭାବେ ନରସିଂହ ରାଓ ବିଭିନ୍ନ ପଦରେ ରହି ଭାରତର ସେବା କରିଛନ୍ତି । ତାଙ୍କ ଦୂରଦର୍ଶୀ ନେତୃତ୍ବ ଭାରତକୁ ଆର୍ଥିକ ରୂପରେ ଉନ୍ନତ କରିବା ସହ ବିକାଶ ପାଇଁ ମୂଳଦୁଆ ପକାଇଥିଲା ।
