ପୁରୀ: ଆଲୋକର ପର୍ବ ଦୀପାବଳୀ । ଦୀଘ ଦୁଇ ବର୍ଷ କରୋନା ପରେ ଚଳିତ ବର୍ଷ ଅତି ଧୁମ୍ଧାମର ସହ ପାଳନ କରିବା ପାଇଁ ଗାଁ ଠାରୁ ସହର ଚଳଚଞ୍ଚଳ । ତେବେ ହିନ୍ଦୁ ଧର୍ମ ଶାସ୍ତ୍ରର ନିୟମ ଅନୁଯାୟୀ, ଆଜିର ଦିନରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏ । ଏହି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡବଡିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଅଧିକ ଜନସମାଗମ ଦେଖି ଶ୍ରୀମନ୍ଦିରର ନୀତିକାନ୍ତିକୁ ଶୃଙ୍କଳିତ କରିବା ସହ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି ପ୍ରଶାସନ । ଏହା ସହ ଆସନ୍ତାକାଲି ତଥା ୨୫ ଅଗଷ୍ଟରେ ପୁଡୁଛି ସୂର୍ଯ୍ୟୋପରାଗ । ଏନେଇ ଶ୍ରୀମନ୍ଦିରେ ନିତିକାନ୍ତିରେ ଅନେକ ପରିବର୍ତ୍ତନ ହେବକୁ ଯାଉଛି ।
ସୂଚନାମୁତାବକ, ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ନୀତି ସବ୍କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ରାତି ୧୨ ଟାରେ ପହଡ ଖୋଲା ହେବ । ଏହା ପରେ ନିତି ଲାଗି କରାଯିବ । ପ୍ରାୟ ରାତି ୪ ଟା ସୁଦ୍ଧା ୫୫ମିନିଟ୍ ସୁଦ୍ଧା ନିତି ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଅବସରରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ନାହିଁ ।ସୂର୍ଯ୍ୟୋପରାଗ ଦିନ ଶ୍ରୀମରାମ ମନ୍ଦିରରେ ମଙ୍ଗଳଆଳତିର ମଧ୍ୟ ଦର୍ଶନ କରିପାରିବେନି ଭକ୍ତ । ପ୍ରାୟ ଭୋର ୪ ଟା ୫୫ ପରେ ଅର୍ଥାତ ପ୍ରଥମ ଭୋଗ ମଣ୍ଡପ ଉଠିବା ପରେ କାଳିଆ ଦର୍ଶନ କରିବେ ଭକ୍ତ । ଏହା ସହ କେତୁଗସ୍ତ ଖଣ୍ଡଗ୍ରାସ ଯୋଗୁଁ ଶ୍ରୀମନ୍ଦିରର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି ।ତେବେ ଏହି ଦୀପାବଳୀ ଅବସରରେ ଲୋକମାନେ ଘରେ ଘରେ ବଡବଡିଆଙ୍କୁ କାଇଁରିଆ କାଠିରେ ଅଗ୍ନ ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାଇ ଦେଇଥାନ୍ତି । ଏହା ସହ ଘରେୁ ମା ଲଷ୍ମୀ, ଶ୍ରୀ ଗଣେଷ ଏବଂ କୁବେର ଦେବତାଙ୍କୁ ପୂଜା କରାଯାଏ । ଏହା ସହ ବିଭିନ୍ନ ସ୍ଥାନରେ ପେଣ୍ଡାଲ ଏବଂ ମନ୍ଦିରରେ ମା କାଳୀଙ୍କୁ ପୂଜା କରାଯାଏ ।
