ଓଡିଶାପର୍ବ ପର୍ବାଣି

ମାଟି କାରୁକାର୍ଯ୍ୟ କରୁଥିବା କୁମ୍ଭାର ସମ୍ପ୍ରଦାୟ ପକ୍ଷରୁ କୁରାଳ ପଞ୍ଚମୀ

ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଥିବା କୁମ୍ଭାର ସମ୍ପ୍ରଦାୟର ପକ୍ଷରୁ ଆଜି ଧାର୍ମିକ ଉତ୍ସାହ ଓ ପାରମ୍ପରିକ ରୀତିନୀତି ଅନୁଯାଇ କୁରାଳ ପଞ୍ଚମୀ ପାଳନ ଅନୁଷ୍ଠିତ ହେଉଥିବା ବେଳେ ହରଭଙ୍ଗା ବ୍ଲକ ଘୋରଡ଼ା ଗ୍ରାମରେ ଉକ୍ତ ସମ୍ପ୍ରଦାୟ ପକ୍ଷରୁ ଧୂମଧାମରେ ମଧ୍ୟ ପାଳିତ ହୋଇଯାଇଛି । ସକାଳୁ କୁମ୍ଭକାରମାନେ ମହାନଦୀ ରୁ କଳସ ଶୋଭାଯାତ୍ରା ପରେ ନୂତନ ମାଟି, ଚକ ଓ ମାଟିର ସାମଗ୍ରୀକୁ ପବିତ୍ର କରି ପୂଜା କରିଥିଲେ। ବିଶେଷକରି ବିଶ୍ୱକର୍ମା, ମା ଧରିତ୍ରୀ ପୂଜା ଅର୍ଚନା କରିଥିଲେ! ପରମ୍ପରା ଅନୁଯାୟୀ ନୂତନମାଟି ରେ ତିଆରି ହୋଇଥିବା କୁରାଳ, , ଘଡ଼ା, ଅନନ୍ୟ ମାଟି ନିର୍ମିତ ପଦାର୍ଥକୁ ପୂଜା ଅର୍ଚନା କରିଥିଲେ! ପରେ ସମାଜ ପକ୍ଷରୁ ପ୍ରସାଦ ବଣ୍ଟନ, ସାମୂହିକ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା!

Related posts

ଚାଷୀ ନେତା କୁଞ୍ଜ ବିହାରୀ ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭା

mahabharatanews

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ଡିପିଏଫ ଜଙ୍ଗଲରେ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ, ୭ ଶିକାରୀ ଗିରଫ

mahabharatanews