ବିଶ୍ୱ

ପୂର୍ବତନ ISI ମୁଖ୍ୟଙ୍କୁ ଗିରଫ କଲା ପାକ୍ ସେନା

ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା। ପୂର୍ବତନ ISI ମୁଖ୍ୟଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଜାରି ହୋଇଛି କୋର୍ଟ ମାର୍ସଲ ନିର୍ଦ୍ଦେଶ। ପୂର୍ବତନ ISI ମୁଖ୍ୟ ଫୈଜ୍ ହମିଦଙ୍କୁ ଗିରଫ କରିଛି ପାକ୍ ସେନା ।

ଟପ୍ ସିଟି ଆବାସ ଯୋଜନା ଦୁର୍ନୀତିରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ପାକିସ୍ତାନ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି ।  ଲେପ୍ଟନାଣ୍ଟ ଜେନେରା(ଅବସରପ୍ରାପ୍ତ) ଫୈଜ ଅହମଦଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା। ଏଥିପାଇଁ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଛି ।

ତାଙ୍କ ବିରୋଧରେ ପାକିସ୍ତାନ ସେନା ଆଇନ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବତନ ଜେନେରାଲ ଅବସର ପରେ ଏକାଧିକ ଥର ପାକିସ୍ତାନ ଆର୍ମି ଆକ୍ଟର ଉଲ୍ଲଙ୍ଘନ କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ତଦନ୍ତ କରାଯାଇଥିଲା।

Related posts

ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି,୮୦୦ ଥର ଭୂକମ୍ପ ଝଟ୍‌କା

mahabharatanews

ଇଣ୍ଡୋନେସିଆରେ ଭୂକମ୍ପର ଝଟକା , ସୁନାମି ଚେତାବନି

mahabharatanews

ମୋଦି ଦେଲେ ନିମନ୍ତ୍ରଣ ୨୦୨୫ ଭାରତ ଆସିବେ ପୁଟିନ

mahabharatanews