ବ୍ୟୁରୋ : ପ୍ରେମ ମାନେନା ଧନୀ କି ଗରିବ, ପ୍ରେମ ମାନେନା ଜାତି ଧର୍ମ । କିନ୍ତୁ ଏଠି ପ୍ରେମ ମାନିନି ବର୍ଡର । ପୁଣି ଥରେ ଭାରତ ଓ ପାକିସ୍ତାନର ଆଉ ଗୋଟିଏ ପ୍ରେମୀ ଯୁଗଳ ଏବେ ଚର୍ଚ୍ଚାରେ ।ଗୋଟିଏ ବର୍ଷ ତଳେ ପାକିସ୍ତାନର ସୀମା ହାଇଦର ଓ ଭାରତର ସଚ୍ଚିନ ମିଣାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିବାବେଳେ, ଏବେ ପୁଣି ସମାନ କାହାଣୀ ଦୋହରାଇଛନ୍ତି ରାଜସ୍ଥାନର ରହମାନ ଓ ପାକିସ୍ତାନର ମେହାବିଶ ।
ପ୍ରେମ ପାଇଁ ଖାତିର ନାହିଁ ଅନ୍ୟ କିଛିକୁ । ନିଜ ପ୍ରେମକୁ ପାଇବା ପାଇଁ କରିଛନ୍ତି ବର୍ଡର ପାର । ଭାରତ ପାକିସ୍ତାନର ଶତୃତା ଭିତରେ ବି ଏହି ପ୍ରେମୀ ଯୁଗଳ କିନ୍ତୁ ନିଜ ପ୍ରେମକୁ କରିଛନ୍ତି ସଫଳ ।
ପାକିସ୍ତାନର ଲାହୋରରେ ରହୁଥିବା ୨୫ ବର୍ଷିୟା ମେହବିଶ ଓ ରାଜସ୍ଥାନ ଚୁରୁ ଜିଲ୍ଲାର ରେହମାନ ସୋସିଆଲ ମିଡିଆ ମାଧ୍ୟମରେ ପରିଚିତ ହୋଇଥିଲେ । ମେହବିଶ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇସାରିଥିବା ବେଳେ ରେହମାନ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି । ଉଭୟ ରେହମାନ ଓ ମେହବିଶଙ୍କର ଦୁଇଟି ଲେଖାଏଁ ପିଲା ମଧ୍ୟ ରହିଛନ୍ତି । ମେହବିଶ ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ । ସୋସିଆଲ ମିଡିଆରେ ରେହମାନଙ୍କ ସହ ପରିଚିତ ହେଲାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଉ ଏହାପରେ ମେହବିଶ ନିଜର ଦୁଇ ପିଲାଙ୍କୁ ପାକିସ୍ତାନରେ ଛାଡି ଭାରତ ପଳାଇଆସିଛନ୍ତି । ମେହବିଶ ୱାଘା ସୀମା ପାର କରି ଭାରତ ଆସିଛନ୍ତି । ରେହମାନ ଓ ମେହବଶ ଗୋଟିଏ ଧର୍ମର ହୋଇଥିବାବେଳେ, ମେହବଶ ଭାରତ ଆସିଲା ପରେ ଉଭୟଙ୍କର ବିଧିବଧ ଭାବେ ବିବାହ ହୋଇଛି ।
previous post
next post