(ଖଗେଶ୍ୱର ପିଙ୍ଗୁଆ/ପାଲଲହଡା): ଅନୁଗୋଳ ଜିଲ୍ଲା ପାଲଲହଡାରେ ପଞ୍ଚାୟତରାଜ ବିଭାଗରେ ଦୁର୍ନୀତି ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି । ତେବେ ପାଲଲହଡା ବ୍ଲକ ତଥା ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳରେ ବର୍ଷବର୍ଷ ଧରି କାଠ ମାଫିଆଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ବନ ବିଭାଗର କିଛି ଦୁର୍ବଳତାର ସୁଯୋଗ ନେଇ ସେମାେନେ ବେଆଇନ୍ କାଠ ଚାଲାଣ ରେ ମାତିଛନ୍ତି । ବାରମ୍ବାର ଚୋରା ଚାଲାଣ କାଠ ସହ ଗାଡି ମଧ୍ୟ ଜବତ ହୋଇଥିଲେ ସୁଧୁରିବାର ନାଁ ଧରୁନାହାନ୍ତି କାଠ ମାଫିଆ ।
ସୁଚନା ଅନୁସାରେ ଆଜି ସକାଳ ୫ଟା ସମୟରେ ଟାଟା ମାଜିକ ଗାଡି ମଧ୍ୟରେ ଚୋରା କାଠ ଯିବାର ଦେଖି ସ୍ଥାନୀୟ ଗ୍ରାମ ବାସୀ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଗାଡିଟି ଦ୍ରୁତ ଗତିରେ ପଳେଯାଇଥିଲା । ଗାଡିଟି ଖମାର ଥାନା ବଡସଡା ପଞ୍ଚାୟତର ତମ୍ବୁରୁ ଏବଂ ପଦାପଶି ଅଞ୍ଚଳରୁ ବାହାରି ନୂଆଗାଁ, ମୁଣ୍ଡରିବେଡା, ସିଆରୀମାଳିଆ, ଡ଼ଙ୍ଗାପାଳ ଦେଇ ସୀମା ବାହାରକୁ ଯିବା ବେଳେ ଡ଼ଙ୍ଗାମଙ୍ଗ ଗ୍ରାମ ସ୍କୁଲ ଠାରେ ଖମାର ବନବିଭାଗ ଟିମ ତଥା ଫରେଷ୍ଟର ପ୍ରଦୀପ ଶତପଥି କାବୁ କରିଥିଲେ । ଗାଡିଟିକୁ ଜବତ କରାଯିବା ସହ ୧୫ଖଣ୍ଡ କାଠ ଓ ଡ୍ରାଇଭର ଟିକେସ୍ୱର ବେହେରା ସହଯୋଗୀ ଲକ୍ଷ୍ମନ ରାଜହଂସକୁ ଗିରଫ କରାଯାଇଛି । ମୁଖ୍ୟ ମାଫିଆଟି ଚତୁରତାର ସହ ଫେରାର ହୋଇଯାଇଛି । ତେବେ ଗାଡିଟିର ନମ୍ବର ଗୋଟିଏ ବାଇକର ହୋଇଥିବା ସୁଚନାରୁ ଜଣାପଡିଛି । ବନ ବିଭାଗୀୟ ସୂଚନା ଅନୁଯାୟୀ -ଏହି ଟାଟା ମାଜିକଟି ସ୍ଥାନୀୟ ଖମାର ପଞ୍ଚାୟତର ଗୋନାପାଳ ଗ୍ରାମର ଯାହା ଜଣେ କୁଖ୍ୟାତ କାଠ ମାଫିଆର । ଏହି ଅଂଚଳରେ ଆଜିକି କାଲି ନୁହେଁ ବର୍ଷ ବର୍ଷ ଧରି ଏଭଳି ଭାବେ ଜଙ୍ଗଲକୁ ନଷ୍ଟ କରି ମୂଲ୍ୟବାନ ଗଛର କାଠକୁ ବାହାରକୁ ଚାଲାଣ କରାଯାଉଛି । ତେବେ ପ୍ରଶାସନ କାନରେ ଏସବୁ କେମିତି ପଡିନି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
previous post
next post
