ପ୍ରଯୁକ୍ତିବିଶେଷ

ପାନ୍ ୨.୦ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ : କ୍ୟୁଆର କୋର୍ଡ ସହ ଆସିବ ପାନ୍ କାର୍ଡ

ବ୍ୟୁରୋ : ଏଣିକି ପାନ୍ କାର୍ଡ ରେ ରହିବ କ୍ୟୁଆର କୋର୍ଡ । ପାନ୍ ୨.୦ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ବିନା କୌଣସି ଦେୟରେ ବର୍ତ୍ତମାନର କାର୍ଡ ଗୁଡ଼ିକୁ କ୍ୟୁଆର କୋର୍ଡ ସହ ଅପ୍ଗ୍ରେଡ୍ କରାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହା ଦ୍ବାରା ଲୋକଙ୍କ ପାଖରେ ସହଜ ଓ ତ୍ବରିତ ଭାବେ ସେବା ପହଞ୍ଚିବ । ଏହା ସହ ସେବା ମାନରେ ବି ଉନ୍ନତି ଆସିବ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ।

ଅପଗ୍ରେଡ ପାନ ରେ କଣ ରହିବ ଉପଭୋକ୍ତାଙ୍କ ପାଇଁ ସୁବିଧା ;
– ଏହି ପ୍ରକଳ୍ପ ପାଇଁ ରାଜକୋଷରୁ ୧୪୩୫ କୋଟି ଟଙ୍କା ଖର୍ଚ୍ଚ ହେବ
– ପ୍ରକଳ୍ପ ମାଧ୍ୟମରେ ସତ୍ୟ ଓ ଡାଟାର ଏକକ ଉତ୍ସ ରହିବ
– ଲୋକଙ୍କ ପାଖରେ ସହଜରେ ସେବା ପହଞ୍ଚିପାରିବ
– ପରିବେଶ ଅନୁକୂଳ ପ୍ରକ୍ରିୟା ସହିତ ଖର୍ଚ୍ଚ କମିବ
– ଭିତ୍ତିଭୂମିର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ
– ଟିକସଦାତାଙ୍କୁ ଅନେକ ପ୍ରକାରର ସୁବିଧା ମିଳିବ
– ଟିକସଦାତାଙ୍କୁ ପରିବର୍ଦ୍ଧିତ ଡିଜିଟାଲ ଅନୁଭୂତି ମିଳିପାରିବ
– ଗୋଟିଏ ସ୍ଥାନରେ ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ

Related posts

ଆଜି ହାଇବ୍ରିଡ ସୂର୍ୟ୍ୟ ପରାଗ ,ଏହା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗ

mahabharatanews

ବିଧାନସଭାରେ ଷଣ୍ଡ ଚିନ୍ତା : ଷଣ୍ଡ ମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

mahabharatanews

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews