ଓଡିଶା

ଆଜି ପବିତ୍ର ପଙ୍କେ ଉଦ୍ଧାର ଏକାଦଶୀ

(ପୁରୀ) :  ଆଜି ପବିତ୍ର ପଙ୍କେ ଉଦ୍ଧାର ଏକାଦଶୀ । ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ପଙ୍କେ ଉଦ୍ଧାର ଏକାଦଶୀ ନୀତି ପାଳନ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ତେଣୁ ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ପୁରୀ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବାରିକେଡ୍ ବ୍ୟବସ୍ଥା, ଧାଡି ବ୍ୟବସ୍ଥା ସହ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଇଛି । ୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ସାଧା ପୋଷାକରେ ପୁଲିସ୍ ମୁତୟନ ରହିବେ । ଦୁଇ ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ଵରେ ରହିବେ ।

ସୂଚନାନୁଯାୟୀ , ଲୋକନାଥ ଦେବଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ୱିତ ରାତିରୁ ଦ୍ୱାରଫିଟା ପରେ ବିଭିନ୍ନ ନୀତି କାନ୍ତି ବଢ଼ି ପଙ୍କ ଉଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠା ସହକାରେ ଅପେକ୍ଷା କରି ରହିଛନ୍ତି । ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରନ୍ତି । ସେପଟେ ଜାଗର ଯାତ୍ରା ପାଇଁ ମଧ୍ୟ ୨୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ କରାଯିବ । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁଯାୟୀ କଢ଼ା ଯାଇଥିଲା । ଲୋକନାଥ ଦେବ ଗମ୍ଭିରାରେ ବର୍ଷ ତମାମ ପୁଷ୍ପ ନୈବେଦ୍ୟରେ ଲୁକ୍କାୟିତ ଥିବା ବେଳେ ଆଜିର ଦିନରେ ଭକ୍ତମାନେ ଆଜିର ଦିନରେ ପ୍ରଭୁଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

Related posts

ଜଗନ୍ନାଥ ଟ୍ରକ ମାଲିକ ସଂଘ ନିର୍ବାଚନ ଶୃଖଂଳା ସହ ସଂପାଦନ

mahabharatanews

ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ କମିଛି : ୧୪୬ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews