(ମୁଣ୍ଡୁଳି) : ଉପରମୁଣ୍ଡରେ ଲଗାଣ ବର୍ଷ ହେତୁ ମୁଣ୍ଡୁଳି ବ୍ୟାରେଜ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ । ଗତକାଲି ଅପରାହ୍ନ ୪ ଟା ପରଠାରୁ ପିକ୍ ରେ ରହିଛି ବନ୍ୟାଜଳ ସ୍ରୋତ । ରାତି ୮ ପର୍ଯ୍ୟନ୍ତ ଚାଲିଥିଲା ।କିନ୍ତୁ ଆଜି ଜଳସ୍ତର ହ୍ରାସ ହେବ । କଟକର ମୁଣ୍ଡଳିଠାରେ ଏବେ ମହାନଦୀରେ ସେକେଣ୍ଡ ପ୍ରତି ୯ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏ ନେଇ ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।
ସୂଚନାନୁଯାୟୀ , ମହାନଦୀର ତଳମୁଣ୍ଡରେ ଥିବା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧାରେ ଜଳସ୍ତର ବଢ଼ିବ । ଏହା ସହ ବୈତରଣୀ ଏବଂ ବ୍ରାହ୍ମଣୀ ଜଳସ୍ତର ଖସୁଛି । ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଖସୁଛି । ଆଜି ରାତି ୮ଟା ସୁଦ୍ଧା ସେଠାରେ ବିପଦସଂକେତ ତଳକୁ ଖସିଯିବ ।