ଓଡିଶା

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ

ଭୁବନେଶ୍ୱର: ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ । ଆଜି ଅପରାହ୍ନରେ କଟକ ତଳତେଲେଙ୍ଗା ବଜ଼ାର ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି।୭୦ ବର୍ଷ ବୟସରେ ଅଶୋକଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ କର୍କଟ ଓ ଲିଭର ରୋଗରେ ପୀଡିତ ଥିଲେ। ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକତ୍ସା ହୋଇ ଘରକୁ ଫେରିଥିଲେ। ସେ କଂଗ୍ରେସ ଦଳରେ ମୁଖପାତ୍ର ଦାୟିତ୍ୱରେ ଥିଲେ। ତାଙ୍କ ପରଲୋକରେ ଶୁଭେଚ୍ଛୁଙ୍କ ଭିଡ଼ ତାଙ୍କ ଘରେ ଲାଗିଛି। ଆଶୋକଙ୍କ ବିୟୋଗରେ ରାଜନୈତିକ ଓ ଅନୁଗତଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି। ଆଜି ସନ୍ଧ୍ୟାରେ କଟକ ଖାନ ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

 

Related posts

ବିଧାନସଭାରେ ଯାତ୍ରା ପେଣ୍ଡାଲର ଦୃଶ୍ୟକୁ ନେଇ ଚର୍ଚ୍ଚା : ଉଦବେଗ ପ୍ରକାଶ କଲେ ବାବୁ ସିଂ

mahabharatanews

ନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ପାଳନ  

mahabharatanews

ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବିଜୟ : ୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ

mahabharatanews