ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଶ୍ରମିକ ଚାଲିଚାଲି ବା ନିଜସ୍ୱ ବ୍ୟବସ୍ଥାରେ ଆସୁଛନ୍ତି । ପ୍ରବାସୀ ଶ୍ରମିକ ଓଡିଶା ଦେଇ ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ, ବିହାର ଆଦି ଅଞ୍ଚଳକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସରେ ଏବେ ଏହି ପ୍ରବାସୀଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ଓଡିଶା ପୋଲିସ ପକ୍ଷରୁ ବସର ବ୍ୟବସ୍ଥା କରାଯାଇଛି । ଏହି ସବୁ ବସ ରାଜ୍ୟର ପ୍ରମୁଖ ସୀମା ତନଖି ଫାଟକ ସୋହେଲା, ଗିରିସୋଳା, କେରଡାଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟ ସୀମା ନିକଟରେ ଛାଡିବାର ବ୍ୟବସ୍ଥା କରାଯାଇଛି । ଗତକାଲି ସଂଖ୍ୟାରେ ଓଡିଶା ଦେଇ ପାଦରେ ଚାଲିଚାଲି ଆସୁଥିବା ୨୫୦ରୁ ଊଦ୍ଧ୍ୱର୍ ପ୍ରବାସୀ ଶ୍ରମିକଙ୍କୁ ୬ଟି ବସରେ ରାଜ୍ୟ ସୀମାରେ ପହଞ୍ଚାଯାଇଛି । ବରଗଡର ସୋହେଲାଠାରେ ଝାଡଖଣ୍ଡ ରାଜ୍ୟର କିଛି ପ୍ରବାସୀଙ୍କୁ ଦୁଇଟି ବସରେ ବୀରମିତ୍ରପୁରଠାରେ ଛଡାଯାଇଥିବା ବେଳେ ପଶ୍ଚିମବଙ୍ଗର ପ୍ରବାସୀଙ୍କୁ ମୟୂରଭଞ୍ଜର ଜାମସୋଳାରେ ଛଡା ଯାଇଛି । ରାୟଗଡା ଜିଲ୍ଲା କେରଡା ଠାରୁ ଦୁଇଟି ବସ ଛତିଶଗଡର କିଛି ପ୍ରବାସୀଙ୍କୁ ନେଇ ନବରଙ୍ଗପୁର ଓ ନୂଆପଡା ଜିଲ୍ଲାର ରାଜ୍ୟ ସୀମାରେ ପହଞ୍ଚାଇଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଳାର ଗିରିସୋଳାଠାରୁ ଦୁଇଟି ବସରେ ପଶ୍ଚିମବଙ୍ଗର କିଛି ପ୍ରବାସୀଙ୍କୁ ମୟୂରଭଞ୍ଜ ଜିଲ୍ଲା ସୀମାରେ ଜାମସୋଳାଠାରେ ପହଞ୍ଚାଇବା ବ୍ୟବସ୍ଥା କରିଛି ।
previous post
next post