ଅପରାଧ

ଲୁଟର ପର୍ଦ୍ଦାଫାଶ କଲା ପୋଲିସ

ଭଦ୍ରକ(ମହାଭାରତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସକୁ ବଡ ସଫଳତା । ଗତ କିଛି ଦିନ ତଳେ ଗୁଳି କରି ହୋଇଥିବା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଗାଁର ପିଲା କିଛିି ବାହାର ସାଙ୍ଗଙ୍କୁ ଡକାଇ ଏଭଳି କାଣ୍ଡ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । କେବେ କେଉଁଠି ଏବଂ କାହାକୁ ଲୁଟିବେ ଓ ଲୁଟିବା ପରେ କେଉଁ ରାସ୍ତାରେ ଖସିବେ ସେସବୁ ସମ୍ପୂର୍ଣ୍ଣ ପ୍ଲାନ ସହ ସାଙ୍ଗମାନଙ୍କୁ ବୁଝାଇଥିଲା ସେ । ତେବେ ତଦନ୍ତରୁ ଜଣାପଡିବା ପରେ ଚେନ ଲୁଟେରା ସହିତ ଯୁବକକୁ ପୋଲିସ ଗିରଫ କରିଛି ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିପୁର ନିକଟରେ ସୁରେଶ ମହାରଣା ନାମକ ବ୍ୟକ୍ତିଙ୍କୁ ଅଜଣା ଦୁର୍ବୃତ୍ତ ଲୁଟ କରିବା ସମୟରେ ସୁରେଶ ଓ ତାଙ୍କ ସମ୍ପର୍କୀୟ ଦୁର୍ବୃତ୍ତଙ୍କୁ ଧରିଥିଲେ । ଦୁର୍ବୃତ୍ତମାନେ ସୁରେଶଙ୍କୁ ଏକାଧିକ ରାଉଣ୍ଡ ଗୁଳି ମାଡ କରି ୪ଟି ସୁନା ମୁଦି, ସୁନା ହାର ଓ ମୋବାଇଲ ନେଇ ଖସିଯାଇଥିଲେ । ପୋଲିସ ହରିପୁର ଗ୍ରାମର ସଂଗ୍ରାମ ଦାସ ସହ ବାଲିପାଟଣା ଅଞ୍ଚଳର ପ୍ରସାଦ ଖୁଣ୍ଟିଆକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଅନୁସନ୍ଧାନ ବେଳେ ଦୁଇଟି ଜୀବନ୍ତ ଗୁଳି, ଦୁଇଟି ଖାଲି କ୍ୟାଟ୍ରିଜ୍, ଗୋଟିଏ ବାଇକ୍ ଜବତ କରାଯାଇଛି । ତେବେ ଖସିଯାଇଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଭଦ୍ରକ ଏସଡିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି ।

Related posts

ବେଆଇନ କଫ୍ ସିରପ୍ ଜବତ, ଦୋକାନ ମାଲିକ ଅଟକ

mahabharatanews

ଢାବାରୁ ବିପୁଳ ନକଲି ମଦ ଜବତ: ୨ ଗିରଫ

mahabharatanews

ଚାଷୀଙ୍କୁ ପାୱାର ଟିଲର ଯୋଗାଇ ଦେବା ନାଁରେ ଠକେଇ, ଦୋକାନ ମାଲିକ ଫେରାର

mahabharatanews