ଓଡିଶା

ଆଜିଠୁ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ

(ଜୟନ୍ତ କୁମାର ସେଠୀ / ଗୋପ) ; ଆଜି ଠୁ ଆରମ୍ଭ ହୋଇଛି ରଥଭଙ୍ଗା । ଦେବୀ ସୁଭଦ୍ରାଙ୍କ ରଥର ଭଙ୍ଗା କାର୍ୟ୍ୟ ଆରମ୍ଭ ହୋଇଛି। ଭୋଇ ସର୍ଦ୍ଧାରଙ୍କ ନେତୃତ୍ୱରେ ୯ ଜଣ ଭୋଇ ସେବକ ରଥଭଙ୍ଗା କାର୍ୟ୍ୟ କରୁଛନ୍ତି ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବୀଦଳନ ରଥର କଳସ ଓ ପାରାଭାଡ଼ି ଭଙ୍ଗା ଯାଇଛି ।୧୦ ଦିନ ଭିତରେ ଦୁଇଟି ରଥ ଭଙ୍ଗା କାର୍ୟ୍ୟ ସାରିବେ ବୋଲି କହିଛନ୍ତି ଭୋଇ ସର୍ଦ୍ଧାର ।ଗତବର୍ଷ ତିନି ରଥକୁ ସଂରକ୍ଷଣ କରି ରଖିବା ନେଇ ଅତି ସତର୍କତାର ସହ ରଥ ଖୋଲା ଯାଇଥିଲା ।ହେଲେ ଚଳିତ ବର୍ଷ ରଥ ଭଙ୍ଗା ଆରମ୍ଭ ହୋଇଥିବା ବେଳେ ଭଙ୍ଗା ଯିବାପରେ କାଠ ଗୁଡିକ ଶ୍ରୀମନ୍ଦିର ରୋଷସାଳକୁ ମହାପ୍ରସାଦ ରନ୍ଧନ ପାଇଁ ଜାଳେଣି ଭାବେ ବ୍ୟବହାର କରାଯିବ । ଦେବଦଳନ ପରେ ନନ୍ଦିଘୋଷ ଓ ଶେଷରେ ତାଳଧ୍ୱଜ ରଥ ଭଙ୍ଗାଯିବ ।

 

Related posts

ପତାକା ଉତ୍ତୋଳନ କରିବାକୁ ଯାଇ ବିଧାୟକ ହଟହଟା

mahabharatanews

କରୋନାକୁ ନେଇ ଜିଲ୍ଲାରେ ଲକଡାଉନ

mahabharatanews

ଅନୁଗୁଳ କରୋନା ସଂକ୍ରମିତଙ୍କ ତାଲିକା ଭାଇରାଲ: ଥାନାରେ ମାମଲା

mahabharatanews