ଅପରାଧ

ଗୋରୁ ଚାଲାଣ ବେଳେ ଅଟକାଇଲା ପୋଲିସ

ପାଟଣା(ମହାଭାରତ): ରାଜ୍ୟରେ ବଢିଚାଲିଛି ବେଆଇନ ଗୋରୁ ଚାଲାଣ । ଅତି ଦୟନୀୟ ଭାବରେ ଗୋରୁମାନଙ୍କୁ ଗାଡିରେ ଚାଲାଣ କରାଯାଉଥିବା ବେଳେ ଏକ କଣ୍ଟେନରକୁ ପୋଲିସ ଜବତ କରିଛି । ଏଥିସହ ଗାଡି ଭିତରୁ ଚାଲାଣ ହେଉଥିବା ୨୦ରୁ ଅଧିକ ଗୋରୁଙ୍କୁ ମଧ୍ୟ ଉଦ୍ଧାର କରିଛି ତୁରୁମୁଙ୍ଗା ପୋଲିସ । କଣ୍ଟେନରରେ ବେଆଇନ ଗୋରୁ ଚାଲାଣ ହେଉଥିବା ବେଳେ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରୁ ଏହି କଣ୍ଟେନରକୁ ତୁରୁମୁଙ୍ଗା ପୋଲିସ ଜବତ କରିଛି । ଚାଲାଣରେ ସମ୍ପୃକ୍ତ ୨ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତେବେ ଏହି ଗୋରୁମାନଙ୍କୁ ଅମାନୁଷିକ ଭାବେ ବରଗଡରୁ କୋଲକାତାକୁ ଚାଲାଣ ହେଉଥିବା ଜଣାଯାଇଛି । ଗିରଫ ହୋଇଥିବା ଦୁଇଜଣ ହେଉଛନ୍ତି ବରଗଡ ଅତାବରା ଥାନା ଜାଙ୍ଗିଡ ଗାଁର ଗଣେଶ କୁମାର ଏବଂ କୋଲକାତା ହାୱଡା ଥାନା ଉଲବେରିଆ ଗାଁର ଆଶିଷ ଶେଖ ।

Related posts

ଶାଳୀ ଓ ସାବତ ଝିଅକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର; ଅଭିଯୋଗ ଆଣିଲେ ସ୍ତ୍ରୀ

mahabharatanews

ରାସ୍ତା କଡରୁ ଉଲଗ୍ନ ନାବାଳିକା ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

mahabharatanews

ଡକାୟତଙ୍କ ଲୁଟ ଉଦ୍ୟମ ପଣ୍ଡ, ୭ ଗିରଫ

mahabharatanews