ଅପରାଧ

ଗୋରୁ ଚାଲାଣ ବେଳେ ଅଟକାଇଲା ପୋଲିସ

ପାଟଣା(ମହାଭାରତ): ରାଜ୍ୟରେ ବଢିଚାଲିଛି ବେଆଇନ ଗୋରୁ ଚାଲାଣ । ଅତି ଦୟନୀୟ ଭାବରେ ଗୋରୁମାନଙ୍କୁ ଗାଡିରେ ଚାଲାଣ କରାଯାଉଥିବା ବେଳେ ଏକ କଣ୍ଟେନରକୁ ପୋଲିସ ଜବତ କରିଛି । ଏଥିସହ ଗାଡି ଭିତରୁ ଚାଲାଣ ହେଉଥିବା ୨୦ରୁ ଅଧିକ ଗୋରୁଙ୍କୁ ମଧ୍ୟ ଉଦ୍ଧାର କରିଛି ତୁରୁମୁଙ୍ଗା ପୋଲିସ । କଣ୍ଟେନରରେ ବେଆଇନ ଗୋରୁ ଚାଲାଣ ହେଉଥିବା ବେଳେ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରୁ ଏହି କଣ୍ଟେନରକୁ ତୁରୁମୁଙ୍ଗା ପୋଲିସ ଜବତ କରିଛି । ଚାଲାଣରେ ସମ୍ପୃକ୍ତ ୨ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତେବେ ଏହି ଗୋରୁମାନଙ୍କୁ ଅମାନୁଷିକ ଭାବେ ବରଗଡରୁ କୋଲକାତାକୁ ଚାଲାଣ ହେଉଥିବା ଜଣାଯାଇଛି । ଗିରଫ ହୋଇଥିବା ଦୁଇଜଣ ହେଉଛନ୍ତି ବରଗଡ ଅତାବରା ଥାନା ଜାଙ୍ଗିଡ ଗାଁର ଗଣେଶ କୁମାର ଏବଂ କୋଲକାତା ହାୱଡା ଥାନା ଉଲବେରିଆ ଗାଁର ଆଶିଷ ଶେଖ ।

Related posts

ଅଭିନବ ଉପାୟରେ ଅନଲାଇନରେ ହେଉଛି ଠକେଇ

mahabharatanews

ବ୍ରାଉନସୁଗାର ଧରି ଯାଉଥିବା ବେଳେ ଧରିଲା ପୋଲିସ, ଦୁଇ ଗିରଫ

mahabharatanews

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews