(ମୁମ୍ବାଇ) : ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ତେଙ୍କ ଦେହାନ୍ତ । ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି । ତେବେ ପୁନମଙ୍କର ଏପରି ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନାନୁଯାୟୀ , ତେବେ ପୁନମଙ୍କ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ପୋଷ୍ଟର ଲେଖାଯାଇଛି, ଆମେ ସେୟାର କରୁଥିବା ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆଜି ଦିନରେ ଆମେ ପୁନମ ପାଣ୍ତେଙ୍କୁ ହରାଇଛୁ । ତାଙ୍କୁ ମୃତ୍ୟୁ ଗର୍ଭାଶୟରେ କର୍କଟ ହେବା କାରଣରୁ ହୋଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିକୁ ସେ ଖୁବ ଭଲ ପାଇବା ଏବଂ ସ୍ନେହ ଶ୍ରଦ୍ଧା ଦେଇଛନ୍ତି । ଏହି ଦୁଃଖ ସମୟରେ ଆମେ ତାଙ୍କ ପରିବାରକୁ ପ୍ରାଇଭେସି ଦେବା ପାଇଁ ଅନୁରୋଧ କରୁଛୁ । ଅନେକ ସୋସିଆଲ ମିଡିଆ ୟୁଜର୍ ଦାବି କରିଛନ୍ତି ଯେ, ପୁଣମ୍ ପାଣ୍ଡେଙ୍କ ଆଇଡି କେହି ହ୍ୟାକ୍ କରିଛନ୍ତି । ତେବେ ଏହି ପୋଷ୍ଟଟି ଅଭିନେତ୍ରୀଙ୍କ ନିଜ ଆକାଉଣ୍ଟରୁ ସେୟାର କରାଯାଇଛି। ଏପରି ପରିସ୍ଥିତିରେ, ସତ କ’ଣ ତାହା କହିବା ଅତ୍ୟନ୍ତ କଷ୍ଟକର ।