(ମୁମ୍ବାଇ) : ଚର୍ଚାରେ ସାଉଥ ସୁପରଷ୍ଟାର ପ୍ରଭାସ । ତେବେ ତାଙ୍କର ଅପକମିଙ୍ଗ ଫିଲ୍ମ ‘ଆଦିପୁରୁଷ’ ପାଇଁ ଯେତିକି ଚର୍ଚା ତାଠାରୁ ଅଧିକ ଚର୍ଚା ହେଉଛି ତାଙ୍କ ବିବାହକୁ ନେଇ । ତେବେ ସେ ଖୋଦ ବିବାହ କଥା କହୁଥିବା ଦେଖିବାକୁ ମିଳିଛି । ବିବାହପାଇଁ ପ୍ରଭାସ ସବୁଜ ସଂକେତ ଦେଇଥିବା ବେଳେ କାହାକୁ ବିବାହ କରିବେ ତାହାର କଳ୍ପନା ଜଳ୍ପନା ଆରମ୍ବ ହୋଇଯାଇଛି ।
ସୂଚନାନୁଯାୟୀ , ନିକଟରେ ତାଙ୍କୁ ଯେତେବେଳେ ତାଙ୍କ ବିବାହ ସଂପର୍କରେ ପଚରାଗଲା ସେ ତିରୁପତିରେ ବିବାହ କରିବେ ବୋଲି କହିଛନ୍ତି। ଏ ବର୍ଷର ସବୁଠାରୁ ବଡ଼ ଫିଲ୍ମ ‘ଆଦିପୁରୁଷ’କୁ ଜୁନ୍ ୧୬ ତାରିଖରେ ତିରୁପତିରେ ରିଲିଜ୍ କରାଯିବାର କାର୍ଯ୍ୟକ୍ରମ ରହିଛି।ଏହି ଅବସରରେ ପ୍ରଶଂସକ ପ୍ରଭାସଙ୍କୁ ତାଙ୍କ ବିବାହ ସଂପର୍କରେ ପଚାରିବାର ସୁଯୋଗ ହାତଛଡ଼ା କରିନଥିଲେ।