ମନୋରଞ୍ଜନ

ତିରୁପତିରେ ବିବାହ କରିବେ ପ୍ରଭାସ

(ମୁମ୍ବାଇ) : ଚର୍ଚାରେ ସାଉଥ ସୁପରଷ୍ଟାର ପ୍ରଭାସ । ତେବେ ତାଙ୍କର ଅପକମିଙ୍ଗ ଫିଲ୍ମ ‘ଆଦିପୁରୁଷ’ ପାଇଁ ଯେତିକି ଚର୍ଚା ତାଠାରୁ ଅଧିକ ଚର୍ଚା ହେଉଛି ତାଙ୍କ ବିବାହକୁ ନେଇ । ତେବେ ସେ ଖୋଦ ବିବାହ କଥା କହୁଥିବା ଦେଖିବାକୁ ମିଳିଛି । ବିବାହପାଇଁ ପ୍ରଭାସ ସବୁଜ ସଂକେତ ଦେଇଥିବା ବେଳେ କାହାକୁ ବିବାହ କରିବେ ତାହାର କଳ୍ପନା ଜଳ୍ପନା ଆରମ୍ବ ହୋଇଯାଇଛି ।

ସୂଚନାନୁଯାୟୀ , ନିକଟରେ ତାଙ୍କୁ ଯେତେବେଳେ ତାଙ୍କ ବିବାହ ସଂପର୍କରେ ପଚରାଗଲା ସେ ତିରୁପତିରେ ବିବାହ କରିବେ ବୋଲି କହିଛନ୍ତି। ଏ ବର୍ଷର ସବୁଠାରୁ ବଡ଼ ଫିଲ୍ମ ‘ଆଦିପୁରୁଷ’କୁ ଜୁନ୍‌ ୧୬ ତାରିଖରେ ତିରୁପତିରେ ରିଲିଜ୍‌ କରାଯିବାର କାର୍ଯ୍ୟକ୍ରମ ରହିଛି।ଏହି ଅବସରରେ ପ୍ରଶଂସକ ପ୍ରଭାସଙ୍କୁ ତାଙ୍କ ବିବାହ ସଂପର୍କରେ ପଚାରିବାର ସୁଯୋଗ ହାତଛଡ଼ା କରିନଥିଲେ।

Related posts

‘ଆଦିପୁରୁଷ’କୁ କଟାକ୍ଷ ‘ହିନ୍ଦୁଙ୍କ ଭିତରେ ଏକତା ଦେଖି ପାରୁନାହିଁ’:ଶକ୍ତିମାନ

mahabharatanews

ଫିଲ୍ମ ‘ଫାଇଟର୍‌’କୁ ଲିଗାଲ ନୋଟିସ  

mahabharatanews

ବଲିଉଡକୁ ଘାରିଛି ତମାଖୁ ବିଜ୍ଞାପନ ନିଶା  

mahabharatanews