(ମୁମ୍ବାଇ) : ବାହୁବଳୀ ସୁପରଷ୍ଟାର ପ୍ରଭାସ ନିଜର ନିଆରା ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ । ତେବେ ପ୍ରଭାସଙ୍କର ଆଗାମୀ ଫିଲ୍ମ ‘ସାଲାର’କୁ ପ୍ରଶଂସକମାନେ ଖୁବ୍ ଅପେକ୍ଷା କରିଛନ୍ତି। ଏବେ ଏହି ଫିଲ୍ମ ସଂପର୍କିତ କିଛି ତଥ୍ୟ ଆସିଛି। ଯେଉଁଥିରେ ପ୍ରଭାସଙ୍କ ଅପୋଜିଟ୍ରେ ଅଭିନେତ୍ରୀ ଶୃତି ହାସଲ ଲିଡ୍ ରୋଲ୍ରେ ରହିବେ।
କେଜିଏଫ୍ ୨ ର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍ ଏହାର ନିର୍ଦ୍ଦେଶକ ଅଛନ୍ତି ଏବଂ ଏହି ସମୟରେ ଫିଲ୍ମଟିର ସୁଟିଂ ଜୋରସୋରରେ ଚାଲୁ ରହିଛି। ଏହି ଫିଲ୍ମରେ ପ୍ରଭାସ ଡବଲ ରୋଲ୍ରେ ନଜର ଆସିବେ। ଏଥିରୁ ସ୍ପଷ୍ଟ ଯେ ପ୍ରଭାସଙ୍କର ଫିଲ୍ମରେ ଗୋଟିଏ ନୁହେଁ , ଦୁଇଟି ଅଲଗା ଅଲଗା ରୋଲ୍ ରହିବ । ଏହା ପୂର୍ବରୁ ବି ପ୍ରଭାସ ଫିଲ୍ମ ‘ବାହୁବଳୀ’ରେ ଡବଲ ରୋଲ୍ କରିସାରିଛନ୍ତି ଏବଂ ଏବେ ପ୍ରଶଂସକ ଏହାକୁ ନେଇ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି ।
ସୂଚନାନୁଯାୟୀ , ଫିଲ୍ମ ‘ସାଲାର’ ଏକ ଆକ୍ସନ-ଥ୍ରୀଲରର ଫିଲ୍ମ ହେବ , । ଶୃତି ପ୍ରଭାସଙ୍କର ପ୍ରେମିକା ରୁଚିଙ୍କର ରୋଲ୍ରେ ନଜର ଆସିବେ । ଫିଲ୍ମର ରିଲିଜ୍କୁ ନେଇ ଯାହା କୁହାଯାଉଛି , ୨୦୨୩ରେ ଏହା ଫିଲ୍ମ ହଲ୍ରେ ରିଲିଜ୍ ହେବ।