ମନୋରଞ୍ଜନ

ବିମାନଯାତ୍ରା କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ

(ମୁମ୍ବାଇ) : ଚର୍ଚ୍ଚାରେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ । ଏଥର କୌଣସି ସିନେମା ପାଇଁ ନୁହେ ବରଂ ବିମାନଯାତ୍ରା ପାଇଁ ଚର୍ଚାର ବିଷୟ ପାଲଟିଛନ୍ତି  । ଯାହାର ଭିଡିଓ ମଧ୍ୟ ଖୁବ ଭାଇରଲ ହେବାରେ ଲାଗିଛି । ଜୟପୁରରୁ କାର୍ତ୍ତିକ ଉକ୍ତ ସିନେମାର ପ୍ରଚାର କାର୍ଯ୍ୟ ସାରି ବିମାନର ଇକୋନୋମି କ୍ଲାସରେ ଆସିବା ଦେଖିବାକୁ ମିଳିଛି।  ଏହା ପୂର୍ବରୁ ଅଭିନେତା କାର୍ତ୍ତିକ ଉକ୍ତ ସିନେମାର ପ୍ରଚାର‌ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।  ଉକ୍ତ ଭିଡିଓ ଦେଖିବା ପରେ କାର୍ତ୍ତିକଙ୍କ ଫ୍ୟାନମାନେ ତାଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି।

ସୂଚନାନୁଯାୟୀ , ଏଥିସହିତ ତାଙ୍କର ନମ୍ର ଗୁଣ ବିଷୟରେ ଅବତାରଣା କରିଛନ୍ତି। ବିମାନର ଇକୋନୋମି ‌କ୍ଲାସରେ ଯାତ୍ରା କରିବା ସମୟରେ କାର୍ତ୍ତିକ ହାଲକା ନୀଳ ରଙ୍ଗର ସାର୍ଟ ଏବଂ ଜିନ୍ସ ପିନ୍ଧିଛନ୍ତି। ତାଙ୍କ ପୂର୍ବରୁ ଗତ ଏପ୍ରିଲରେ ଅଭିନେତ୍ରୀ କ୍ରିତି ସେନନ ଇକୋନୋମି ‌କ୍ଲାସରେ ଯାତ୍ରା କରିବା ସହିତ ଯାତ୍ରୀମାନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲେ।

Related posts

 ଅଭିନେତା ବିଜୟଙ୍କ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

 ଆରମ୍ଭ ହେବ’କୌନ ବନେଗା କରୋଡପତି’ 

mahabharatanews

ହନି ସିଂଙ୍କୁ ଡେଟ୍ କରୁଛନ୍ତି ନୁଶରତ

mahabharatanews