ଓଡିଶା

ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଯିବ ଏୟାରଲିଫ୍ଟ, ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ କିଛି ସମୟ ଭିତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଯିବ ଏୟାରଲିଫ୍ଟ । ସମ୍ବଲପୁରରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯିବ । ଦୁର୍ଘଟଣାର ଶିକାର ହେବା ପରେ ଗୁରୁତର ହୋଇ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ହେଉଛନ୍ତି ଚିକିତ୍ସିତ । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଝାରସୁଗୁଡାରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର ଲୋକ । ସେପଟେ ତଙ୍କର ଏଭଳି ଗୁରୁତର ଅହତକୁ ଦେଇ ଚିନ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ଆଶୁଆରୋଗ୍ୟ କାମନା କରିବାସହ ସୁସ୍ଥ ଓ ଦୀର୍ଘାୟୁ କାମନା କରୁଛି ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବରଗଡ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ବିଜୁ ଜନତା ଦଳର ଏହି ହେଭିୱେଟ୍ ନେତା ।

Related posts

ସରପଞ୍ଚଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମୀକ୍ଷା କଲେ ଜିଲ୍ଲାପାଳ

mahabharatanews

କାଉଡିଆଙ୍କ ଉପରେ ମାଡ଼ିଗଲା କାର

mahabharatanews

ଆହୁରି ଖସିବ ତାପମାତ୍ରା

mahabharatanews