(ମୁମ୍ବାଇ) : ସିନେମା ଜଗତରୁ ଦୂରେଇ ଯାଇଛନ୍ତି ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ତେବେ ପ୍ରୀତି ଜିଣ୍ଟା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ କୋଟି କୋଟି ଟଙ୍କାର ଫ୍ଲାଟ କିଣିଛନ୍ତି । ପ୍ରୀତି ଜିଣ୍ଟ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଲାଇମ ଲାଇଟରେ ରହିଥା’ନ୍ତି । ବର୍ତ୍ତମାନ ସେ ତାଙ୍କ ନୂଆ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି ।
ସୂଚନାନୁଯାୟୀ , ସେ ବାନ୍ଦ୍ରାଠାରେ ଏକ ନୂତନ ଘର କିଣିଛନ୍ତି ଯାହାର ମୂଲ୍ୟ ଖୁବ୍ ଅଧିକ ରହିଛି। ଏହା ବିଷୟରେ ଜାଣିବା ପରେ ପ୍ରୀତି ଜିଣ୍ଟାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ତାଙ୍କ ସେଲିବ୍ରିଟି ବନ୍ଧୁମାନେ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି । ନର୍ଗିସ୍ ଦତ୍ତ ରୋଡରେ ଅବସ୍ଥିତ ଏହି ଫ୍ଲାଟ ସେହି ପ୍ଲାଟର ୧୧ ମହଲାରେ ଅବସ୍ଥିତ ଯେଉଁଠାରେ ପ୍ରୀତି ଜିଣ୍ଟା ବିବାହ ପୂର୍ବରୁ ରହୁଥିଲେ । ବିବାହ ପରେ ପ୍ରୀତି ଜିଣ୍ଟା ତାଙ୍କ ସ୍ୱାମୀଙ୍କ ସହ କାଲିଫର୍ନିଆକୁ ଚାଲିଯାଇଥିଲେ ।