ଓଡିଶାଭାରତ

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

(ଦିଲ୍ଲୀ) : ଆଜି କାଶ୍ମୀର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପୂର୍ବରୁ କାଶ୍ମୀର ଉପତ୍ୟକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି କାଶ୍ମୀର ବିଶ୍ୱବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଦେଶର ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ କାଶ୍ମୀର ଗସ୍ତ।

ସୂଚନାନୁଯାୟୀ , ରାଷ୍ଟ୍ରପତି ୨୦୨୦ରୁ ବିଶ୍ୱବିଦ୍ୟାଳୟର ମେଧାବୀ ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରିବେ। ସମାବର୍ତ୍ତନ ଉତ୍ସବରେ ୪ଶହ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ପିଏଚ୍‌ଡି ଓ ଏମ୍‌ଫିଲ୍ ଡିଗ୍ରି ପ୍ରଦାନ କରାଯିବ। ଯେଉଁଠାରେ ଉପରାଜ୍ୟପାଳ ମନୋଜ ସିହ୍ନା ବୁଧବାର ସନ୍ଧ୍ୟାରେ ତାଙ୍କୁ ରାତ୍ରି ଭୋଜନରେ ଆପ୍ୟାୟିତ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ଭିଭିଆଇପିଙ୍କ ଗସ୍ତ ପୂର୍ବରୁ କାଶ୍ମୀର ବିଶ୍ୱବିଦ୍ୟାଳୟ ପରିସରକୁ ସାନିଟାଇଜ୍ କରାଯାଉଛି। ସୋମବାରଠାରୁ ସମଗ୍ର କ୍ୟାମ୍ପସରେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ସାଦା ପୋଷାକ ଓ ୟୁନିଫର୍ମ ପିନ୍ଧି ରହିବେ ।

Related posts

ଅନୁଗୁଳ କରୋନା ସଂକ୍ରମିତଙ୍କ ତାଲିକା ଭାଇରାଲ: ଥାନାରେ ମାମଲା

mahabharatanews

ଉତ୍ତରାଖଣ୍ଡରେ ଭୂସ୍ଖଳନ; ବଦ୍ରିନାଥକୁ   ଯୋଗାଯୋଗ ବିଚ୍ଛିନ୍ନ

mahabharatanews

ବନ୍ୟଜନ୍ତୁ ଆକ୍ରମଣ ; ପାଗଳ ବିଲୁଆ କାମୁଡ଼ାରେ ୭ ଆହତ

mahabharatanews