ଓଡିଶା

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍

(ଭୁବନେଶ୍ୱର)  :   ଆଜି ସାମ୍ବାଦିକ ସମ୍ମଳନୀ କରି ବିଜେପି ନେତାଙ୍କ ଉପରେ ବର୍ଷିଲେ ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିଜେପିକୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ନିର୍ବାଚନ ଆସିଲେ ସେମାନଙ୍କର ଓଡ଼ିଶା, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ । ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ତାଙ୍କ ଦୋଷକୁ ଦେଖାଇଛନ୍ତି ।

ସେ କହିଛନ୍ତି, ୧୦ ବର୍ଷ ଧମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ’ଣ କଲେ? ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି, ସେ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି । ଓଡ଼ିଶା ତ ଦୂରର କଥା ଯେଉଁ ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବାକୁ ସେ ୧୦ ବର୍ଷ ହେବ ଉଦ୍ୟମ କରିଆସୁଥିଲେ ସେହି ଢେଙ୍କାନାଳ ପାଇଁ ସେ କ’ଣ କରିଛନ୍ତି? ଏପରିକି ନିଜ ଗାଁ ପାଇଁ ସେ କ’ଣ କରିଛନ୍ତି? ପାଣ୍ଡିଆନ କରିଛନ୍ତି ପ୍ରଶ୍ନ ।

Related posts

ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ପକ୍ଷରୁ ଜଳଛତ୍ର ଉଦ୍ଘାଟନ ହୋଇଯାଇଛି

mahabharatanews

କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀ ଉପଦ୍ରବ

mahabharatanews

ସତ୍ୟବାଦୀରେ କରୋନା ସଚେତନତା ଶିବିର

mahabharatanews