ଭାରତ

ଶେଖ ହସିନାଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

(ବାଂଲାଦେଶ) : ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦଳ ଲଗାତାର ଚତୁର୍ଥ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରି ଏକ ଐତିହାସିକ ବିଜୟ ହାସଲ କରିଛି । ତାଙ୍କ ପାର୍ଟି ଆୱାମୀ ଲିଗ୍ ୩୦୦ ଟି ସିଟ୍ ମଧ୍ୟରୁ ୨୦୪ ଟି କବ୍ଚା କରିବାରେ ହୋଇଛି ସଫଳ । ଆଉ ଶେଖ ହସିନାଙ୍କ ବଡ଼ ବିଜୟ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଫୋନରେ କଥା ହୋଇ  ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ କଥା ହୋଇଛି ଏବଂ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ମୁଁ ବାଂଲାଦେଶବାସୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ବାଂଲାଦେଶ ସହିତ ଆମର ସ୍ଥାୟୀ ଏବଂ ଜନକେନ୍ଦ୍ରିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଆମେ ପ୍ରତିବଦ୍ଧ । ସେ ବାଂଲାଦେଶ ସୁପ୍ରିମ ପାର୍ଟିର ପ୍ରାର୍ଥୀ ଏମ ନିଜାମୁଦ୍ଦିନ ଲଶକରଙ୍କୁ ଗୋପାଳଗଞ୍ଜ -୩ ସଂସଦୀୟ ଆସନରୁ ୨.୪୯ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨ ଲକ୍ଷ ୪୯ ହଜାର ୯୬୫ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନିଜାମୁଦ୍ଦିନ ମାତ୍ର ୪୬୯ ଭୋଟ୍ ପାଇଛନ୍ତି । ବାଂଲାଦେଶ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ରବିବାର (୦୭ ଜାନୁଆରୀ) ରେ ହୋଇଥିବା ନିର୍ବାଚନରେ ଏଥର କେବଳ ୪୦ ପ୍ରତିଶତ ଭୋଟ୍ ହୋଇଥିଲା । ତେବେ, ଏହା ପୂର୍ବରୁ ୨୦୧୮ ନିର୍ବାଚନରେ ୮୦ ପ୍ରତିଶତ ମତଦାନ ହୋଇଥିଲା ।

Related posts

ଅସୁସ୍ଥ ହେଲେ ବିଗ ବି

mahabharatanews

ବିଷମୟ ରାଜଧାନୀ  ଦିଲ୍ଲୀ

mahabharatanews

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ବିହାର ବାଚସ୍ପତି

mahabharatanews