ଓଡିଶା

ଏଫ୍ଏମ୍ ବିଶ୍ୱବିଦ୍ୟାଳୟ କୁଳପତି ହେଲେ  ପ୍ରଫେସର ସନ୍ତୋଷ ତ୍ରିପାଠୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ବରିଷ୍ଠ ଫ୍ରଫେସର ସନ୍ତୋଷ ତ୍ରିିପାଠୀଙ୍କୁ ଗୁରୁବାର ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ତାଙ୍କୁ ଆସନ୍ତା ୪ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରାଯାଇଛି । ଏନେଇ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଫେସର ତ୍ରିପାଠୀ ଦିର୍ଘ ୩୦ ବର୍ଷ ଧରି କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢାଇ ଆସୁଛନ୍ତି । ବିଗତ କିଛି ବର୍ଷ ହେବ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ୍ଆଇଆର ବିଭାଗର ପ୍ରଫେସର ଭାବେ ପାଠ ପଢାଉଛନ୍ତି । ତାଙ୍କ ଅଧିନରେ ୧୭ ଟି ପିଏଚ୍ଡି ଛାତ୍ରଛାତ୍ରୀ ସଫଳ ଭାବେ ଗବେଷଣା କରିଥିବା ବେଳେ ୧୭ ଜଣ ଏମ୍ଫିଲ୍ ଛାତ୍ରଛାତ୍ରୀ ଗବେଷଣା କରିଛନ୍ତି । ତାଙ୍କର ପାଠ ପଢା ମସୟ ମଧ୍ୟରେ ସେ ୧୦ଟି ପୁସ୍ତକ ଲେଖିଛନ୍ତି । ସୂଚନାଯୋଗ୍ୟ, ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦିର୍ଘ ୧୦ରୁ ଅଧିକ ସମୟ ଧରି ପିଏମ୍ଆଇର ବିଭାଗରେ ପାଠ ପଢାଉଛନ୍ତି । ତେବେ ଏଫ୍ଏମ୍ ବିଶ୍ୱବିଦ୍ୟାଳୟର କୁଳପତି ପାଇଁ ତିନି ଜଣଙ୍କ ନାଁ ରହିଥିବା ବେଳେ ପ୍ରଫେସର ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି ।

Related posts

ସୁରକ୍ଷା କବଚ ପ୍ରସ୍ତୁତ କଲା କୋଭିଡ୍-୧୯ର ଆଇଟିଆଇ

mahabharatanews

ପ୍ରବଳ ବର୍ଷା ସମ୍ଭାବନା : ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

mahabharatanews

ପୋଲତଳେ ମହିଳାଙ୍କ ମୃତଦେହ ! ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

mahabharatanews

Leave a Comment