ଓଡିଶା

ଶେଷରେ ହାର ମାନିଲା ପ୍ରଶାସନ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଜିଦ ଆଗରେ ଶେଷରେ ପୁରୀ ଜିଲ୍ଲା ପ୍ରଶାସନ ହାର ମାନିଲା । ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ଙ୍କ ସ୍ମୃତି ବହନ କରୁଥିବା ତଥା ସ୍ୱୟଂ ଶାସିତ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ପାଥେର ପୁରୀ ଛାତ୍ରବାସକୁ ବେଆଇନ ଭାବେ ପୁରୀ ଜିଲ୍ଲା ପ୍ରଶାସନ ଦଖଲ କରି ସେଠାରେ ରୋଡ଼ ନିର୍ମାଣ କରିବା ଘଟଣାକୁ ନେଇ ଗତ କିଛିଦିନ ଧରି ଦଳ ମତ ନିର୍ବିଶେଷରେ ବିରୋଧାଭାସ ଦେଖାଯାଇଥିଲା । ସହରର ସମସ୍ତ ପୁରାତନ ଛାତ୍ର ଓ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ପ୍ରଶାସନର ଏଭଳି ବେଆଇନ କାର୍ୟ୍ୟକୁ ବିରୋଧ କରି ଆସୁଥିଲା । ଏପରିକି ପ୍ରଶାସନର ଏଭଳି କାର୍ୟ୍ୟକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ବିରୋଧ କରାଯାଇଥିଲା । ଛାତ୍ରାବାସ ପରିସରରେ ପ୍ରଶାସନର ହଠାତ୍ ଏଭଳି ରୋଡ଼ ନିର୍ମାଣ କୁ କେନ୍ଦ୍ରକରି ଗତ ପାଞ୍ଚଦିନ ଧରି ବିଭନ୍ନ ରାଜନୈତିକ ସଂଗଠନ ଓ ସାମାଜିକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇ ଆସୁଥିଲା । ଭବିଷ୍ୟତରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଭାବି ଗତକାଲି ପ୍ରଶାସନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରିବା ସହ ରାସ୍ତା ନିର୍ମାଣରୁ ଓହରି ଯାଇଥିବା ଘୋଷଣା କରିଥିଲା । ପ୍ରଶାସନର ଏଭଳି ନିଷ୍ପତିକୁ ଆଜି ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାଗତ କରାଯିବା ସହ ଆଗାମୀ ଦିନରେ ପୁରାତନ ସ୍ମୃତି ବହନ କରୁଥିବା ପାଥେର ପୁରୀ ହଷ୍ଟେଲର ପୁନଉଦ୍ଧାର ଓ ସ୍ୱୟଂ ଶାସିତ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟକୁ ୟୁନିଭର୍ସିଟି ମାନ୍ୟତା ଦିଆଯିବା ନେଇ ଲଢେଇ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି ।

Related posts

ଅସହାୟଙ୍କ ପାଇଁ ସଙ୍କଟମୋଚକ 5T ସଚିବ ଭି କେ ପାଣ୍ଡିଆନ୍‌

mahabharatanews

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ କରିବ ପ୍ରତିବାଦ

mahabharatanews

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିବେ ନୂଆ ଚେହେରା!

mahabharatanews