ଓଡିଶା

ପାଣିପାଗ ପୂର୍ବାନୁମାନକୁ ବଳିଷ୍ଠ କରିବାକୁ ବାଲେଶ୍ୱର, ସମ୍ବଲପୁରରେ ଲାଗିବ ରାଡାର: ଆଇଏମଡି ଡିଜି

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ’ରେ ପଶ୍ଚିମ ବଙ୍ଗ ତଥା ଓଡିଶାର ଉପକୂଳ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି । ତେବେ ଏହି କ୍ଷୟକ୍ଷତିକୁ ବହୁ ମାତ୍ରାରେ ଉଭୟ ରାଜ୍ୟର ସରକାର ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ଏଥି ନେଇ ସମସ୍ତ ଶ୍ରେୟ ଭାରତୀୟ ପାଣିପାଗ ବିଭାଗକୁ ଯାଉଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ଉଭୟ ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ସକ୍ଷମ ହୋଇଛନ୍ତି ।
ସେ କହିଛନ୍ତି-“ଅମ୍ଫାନର ଗତିପଥ ଓ ପ୍ରକୋପ ପୂର୍ବାନୁମାନରେ ସଫଳ ହୋଇଛୁ। ‘ଅମ୍ଫାନ’ ଆମ ପାଇଁ ଏକ ସଫଳ କାହାଣୀ। ବର୍ଷକୁ ୫ଟି ବାତ୍ୟା ମଧ୍ୟରୁ ଓଡ଼ିଶାକୁ ଗୋଟିଏ ପ୍ରଭାବିତ କରୁଛି। ପୂର୍ବାନୁମାନ କିପରି ଆହୁରି ନିର୍ଦ୍ଦିଷ୍ଟ ହେବ, ସେ ଦିଗରେ ଉଦ୍ୟମ ଜାରି ରହିଛି। ଆଗାମୀ ୫ ବର୍ଷ ଭିତରେ ଏଥିରେ ସଫଳ ହେବୁ । କେଉଁ ଅଞ୍ଚଳରେ କେତେ କ୍ଷତି ହେବ, ତାହା ପୂର୍ବାନୁମାନ କରିପାରିବା ଉପରେ ଗୁରୁତ୍ୱ ଦିଆଯାଇ ଗବେଷଣା ଚାଲିଛି ।”
ସେ ଆହୁରି କହିଛନ୍ତି-“ଆଗାମୀ ଦିନରେ ଓଡ଼ିଶା ହେବ ପାଣିପାଗ ବିଜ୍ଞାନର ପ୍ରବେଶ ପଥ। ଗୋପାଳପୁର ଓ ପାରାଦୀପରେ ଡପ୍‌ଲର ରାଡାର ରହିଛି। ଆଗାମୀ ଦିନରେ ବାଲେଶ୍ୱର ଓ ସମ୍ବଲପୁରରେ ରାଡାର ଲାଗିବ। ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଖୋଲିବ। ଏବେ ପ୍ରବଳ ବର୍ଷା ନେଇ ୭୮% ପୂର୍ବାନୁମାନ ସଠିକ ହେଉଛି। ବାକି ଥିବା ପ୍ରଭେଦକୁ ଆଗାମୀ ଦିନରେ ପୂରଣ କରାଯିବ ।

Related posts

ମୋ ବସରେ ମହିଳାଙ୍କୁ ମାଗଣା ସେବା

mahabharatanews

୧୬ ଦିନ ମହିଳାଙ୍କୁ ମା’ବିମଳା ମନ୍ଦିର ମନା

mahabharatanews

ୟେଲୋ ଜୋନରେ ଓଡ଼ିଶା ; ଦୁର୍ବଳ ପଡ଼ିଛି ମୌସୁମୀ

mahabharatanews

Leave a Comment